ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କ ରାସ୍ତା ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଟ୍ୱିଟ କଲେ ଯୁବସମାଜସେବୀ ଭାଗୀରଥୀ ସ୍ୱାଇଁ!

168

କୋଣାର୍କ: କୋଣାର୍କ ଥାନା ଅଧୀନସ୍ଥ କାକଟପୁରବ୍ଲକର ଧନୀତ୍ରି – ନୂହାଡି ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କ ଯୋଜନା ମାଧ୍ୟମରେ ନୂତନ ପ୍ରସ୍ତାବିତ ଗ୍ରାମ୍ୟସଡକ ରାସ୍ତା ନିର୍ମାଣ ପାଇଁ ଧନୀତ୍ରି ଗ୍ରାମର ଯୁବସମାଜସେବୀ ଭାଗୀରଥୀ ସ୍ୱାଇଁ ଭରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦୀଙ୍କୁ ଟ୍ୱିଟ଼କରି ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି! ଖବରରୁ ପ୍ରକାଶ ଯେ ଧନୀତ୍ରି – ନୁହାଡି ପ୍ରଧାନମନ୍ତ୍ରୀ ଗ୍ରାମସଡକ ରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପୁରାତନ ରାସ୍ତା ଓ ଯାନ୍ତ୍ରିକ ସଂଗଠନ ପକ୍ଷରୁ ସର୍ଭେ କରାଯିବା ସହ ଏହାର ନକ୍ସା ପ୍ରସ୍ତୁତ କରାଯାଇଥିଲା । ଏହି ରାସ୍ତା ନିର୍ମାଣ ପାଇଁ ବହୁବାର ପୁରୀ ଜିଲ୍ଲାପ୍ରଶାସନ ଓ ଗ୍ରାମ୍ୟ ଉନ୍ନୟନବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏହି ପ୍ରସ୍ତାବିତ ରାସ୍ତା ନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ । ଫଳରେ ଧନୀତ୍ରି, ନୂହାଡି, ବୋବୁଆ ସମେତ ଦଶଗୋଟି ଗ୍ରାମର ଜନସାଧାରଣ ଙ୍କ ଗମନାଗମନ ବ୍ୟବସ୍ଥା ବିଶେଷ ଭାବରେ ବାଧାପ୍ରାପ୍ତ ହେଉଛି । ଏହି ରାସ୍ତା ନିର୍ମାଣ ହେଲେ ବିଶ୍ୱପ୍ରସିଦ୍ଧ କୋଣାର୍କକୁ ଯାତାୟତ ସୁଗମ ହୋଇପାରିବ । ଏଥିରେ ଦ୍ୱିମତ ନାହିଁ ବୋଲି ବୁଦ୍ଧିଜୀବି ମହଲରେ ଦାବି ହେଉଛି । ଏହି ରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ଗ୍ରାମ୍ୟଉନ୍ନୟନ ବିଭାଗ ପକ୍ଷରୁ ପୁନଃ ସର୍ଭେ କାର୍ଯ୍ୟ କରାଯିବା ସହ ନକ୍ସା ପ୍ରସ୍ତୁତ କରାଯାଇ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା -୪ ରେ ଅର୍ଥ ମଞ୍ଜୁର ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କାର୍ଯ୍ୟପନ୍ଥା ଗ୍ରହଣ କରିବା ପାଇଁ କାଦୁଆନୂଆଗାଁ ବିକାଶପରିଷଦର ସଭାପତି ତଥା ସମାଜସେବୀ ଭାଗୀରଥୀ ସ୍ୱାଇଁ ଦାବି କରିଛନ୍ତି । ଏହି ଘଟଣାରେ ହସ୍ତକ୍ଷେପ କରି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ମାଧ୍ୟମରେ ଧନୀତ୍ରି ଭାୟା କାଦୁଆନୁଆଗାଁ ଦେଇ ନୁହାଡି ପ୍ରଧାନମନ୍ତ୍ରୀ ଗ୍ରାମସଡକ ରାସ୍ତା ନିର୍ମାଣ ପାଇଁ ଯୁବସମାଜସେବୀ ଭାଗୀରଥୀସ୍ୱାଇଁ ଭରତର ପ୍ରଧାନମନ୍ତ୍ରୀ, ରାଜ୍ୟ ମୁଖ୍ୟମନ୍ତ୍ରୀ, ରାଜ୍ଯ ମୁଖ୍ଯଶାସନସଚିବ, ମୋସରକାର, ୫ଟି ସଚିବ, ରାଜ୍ୟ ଗ୍ରାମ୍ୟଉନ୍ନୟନ ସଚିବ, ପୁରୀ ଜିଲ୍ଲାପାଳ ପ୍ରମୁଖଙ୍କୁ ଟ୍ୱିଟର ମାଧ୍ୟମରେ ଦାବି କରିଛନ୍ତି ।

Leave A Reply

Your email address will not be published.