ଜିଲ୍ଲାରେ ମରୁଡ଼ି ସ୍ଥିତି ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

168

ନୂଆପଡ଼ା : ନୂଆପଡା ଜିଲ୍ଲାର ମରୁଡ଼ି ଅନୁଧ୍ୟାନ କରିବା ପାଇଁ ଆଜି ଏକ ଟିମ୍ ଭାରତୀୟ ଜନତା ପାର୍ଟି ଓଡ଼ିଶା ପ୍ରଦେଶ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ବିଜେପିର ବରିଷ୍ଠ ନେତା ପୂର୍ବତନ ରାଜ୍ୟ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ବରେ ସାଂସଦ ବସନ୍ତ କୁମାର ପଣ୍ଡା, ପ୍ରଦେଶ କାର୍ଯ୍ୟକାରିଣୀ ସଦସ୍ୟ ରଞ୍ଜନ କୁମାର ପଟେଲ, ପୂର୍ବତନ ବିଧାୟକ ଆମର ବରିଷ୍ଠ ନେତା ରମାରଞ୍ଜନ ବଳିଆରସିଂହ, କଣ୍ଟାବାଞ୍ଜି ବିଧାୟକ ପ୍ରାର୍ଥୀ ତଥା କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଲକ୍ଷ୍ମଣ ବାଗଜୀ ଆସି ସିଂଝର, କିରକିଟା, ରାଜ ଖଡିଆଳ, ତରବୋଡ, ସୁନ୍ଦର ଡେମ, ହାତୀସରା, ସିଆଲଟୀ, କରଙ୍ଗାଭଟା, ବାଞ୍ଜିବାହାଲ ଛକ, କାସିପଲା ଦେଇ ନୂଆପଡ଼ାକୁ ଯାଇ ସେଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ ।

ତାଙ୍କ ସାଙ୍ଗରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତାଗଣ ମୁଖପାତ୍ର ବିରଞ୍ଚି ନାରାୟଣ ତ୍ରିପାଠୀ, ଜିଲ୍ଲା ଭାଜପା ପ୍ରଭାରୀ ଆର୍ତ୍ତ ମହାପାତ୍ର, ଜିଲ୍ଲା ସଭାପତି ସୁବ୍ରତ ଠାକୁର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ପାଢ଼ୀ, ହୋମସିଂ ମାଝି, ହିତେଶ ବଗର୍ତ୍ତି, ଶିବପ୍ରସାଦ ମୁଣ୍ଡ, ବରିଷ୍ଠ ନେତା ମନିଜର ଆର୍ଯ୍ୟ, ଗୋଲଡ଼ି ଅଗ୍ରୱାଲ, ଚର୍ତୁଭୁଜ ଶର୍ମା, ଅତୀନ୍ଦ୍ର ମଲ୍ଲିକ, ଜିଲା ସାଧାରଣ ସମ୍ପାଦକ କମଲେଶ ଦିକ୍ଷୀତ, ତୁଲସ ପଟେଲ, ରାତ୍ରନନ୍ଦ ମନହୀରା, କିଷାନ ମୋର୍ଚ୍ଚା ଜିଲ୍ଲା ସଭାପତି ଗୋବର୍ଦ୍ଧନ ସାହୁ, ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଅଭିନନ୍ଦନ ପଣ୍ଡା, ଜିଲ୍ଲା ଏସସି ମୋର୍ଚ୍ଚା ସଭାପତି କେଦାର ଜଗତ, ବେଣୁଧର ଜଗତ, ଜିଲ୍ଲା ସମ୍ପାଦକ ଭଗତ ସିଂ, ଡ଼ମରୁ ମହାନନ୍ଦ, ସଦାନନ୍ଦ ଯୋଶୀ ତଥା ଜିଲ୍ଲାର ସମସ୍ତ ବରିଷ୍ଠ କାର୍ଯ୍ୟକାର୍ତ୍ତା ଓ ବହୁ ସଂଖ୍ୟାରେ କିଷାନ ଭାଇ ଭଉଣୀ ମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.