ଗଞ୍ଜେଇ ସହ କାର ଜବତ :୩ ଜଣ ଗିରଫ

187

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ପୋଲିସ ଏସଆଇ ଆର. ମୁଣ୍ଡାରୀଙ୍କ ସହ ସଦଳବଳ ପାଟ୍ରୋଲିଂ କରୁଥିବା ସମୟରେ ୪୦ କିଲୋ ୭୦୦ ଗ୍ରାମ  ଗଞ୍ଜେଇ ସହ ଟାଟା ଇଣ୍ଡିଗୋ କାରନଂ. OD-୦୨R-୯୩୯୭ କୁ ଜବତ କରି ତିନି ଜଣକୁ ଗିରଫ ସହ  କୋର୍ଟ ଚାଲାଣ କରିଛି  । ଗିରଫ ମାଫିଆଙ୍କ ମଧ୍ୟରୁ କଟକ  ସାଲେପୁର ଥାନାରେ କାର୍ଯ୍ୟରତ ହୋମଗାର୍ଡ କ୍ଷୀରୋଦ କୁମାର ସାହୁ ହୋଇଥିବା ବେଳେ ବାଲିସୁଗା ଗାଁ ର ପୂର୍ଣ୍ଣ ଚନ୍ଦ୍ର ମଲିକ ଓ ମାଦିନାଟ ଗାଁ ର ଶଶୀ ମଲିକ ବୋଲି ଥାନା ଅଧିକାରୀ ପ୍ରଶାନ୍ତ ବେହେରା ସୂଚନା ଦେଇଛନ୍ତି । ଏନେଇ ବାଲିଗୁଡା ଥାନା ରେ କେଶ ନଂ ୧୫/୨୧ ରେ ମାମଲା ରୁଜୁ ହୋଇଛି ଏସ ଆଇ ଦୀପକ ରାଉତ ମାମଲା ର ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.