କୋଲନରା: ନମ୍ବର ଜାତୀୟ ରାଜପଥ କୋଲନରା ବ୍ଲକ ଅନ୍ତର୍ଗତ କୈଳାସପୁର ଘାଟିର ୬ ନମ୍ବର ବୁଲାଣିରେ ଏକ ତେଲ ଟ୍ୟାଙ୍କର ବ୍ରେକ ଫେଲ ଯୋଗୁଁ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ସୌଭାଗ୍ୟ ବଶତଃ ଗାଡ଼ିରେ ଥିବା ୩ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନାଯୋଗ୍ୟ, ଜଟଣୀ ଠାରୁ ୧୯ ହଜାର ଲିଟର କ୍ଷମତା ବିଶିଷ୍ଟ ତେଲ ଟ୍ୟାଙ୍କର (ଓଡ଼ି ୦୭ ଜେ ୯୩୭୯) ନମ୍ବର ରାୟଗଡା ଜିଲ୍ଲାର ଟିକିରି ଅଭିମୁଖେ ଯାଉଥିବା ବେଳେ ପାହାନ୍ତିଆ ପ୍ରାୟ ୩ ଘଣ୍ଟା ସମୟରେ କୈଳାସପୁର ଘାଟିର ୬ ନମ୍ବର ବୁଲାଣିରେ କୌଣସି କାରଣରୁ ହଠାତ ବ୍ରେକ ଫେଲ ହେବା ଯୋଗୁଁ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିଲା। ଫଳରେ ଟ୍ୟାଙ୍କରରେ ଥିବା ସବୁ ତେଲ ରାସ୍ତା ଉପରେ ପାଣି ପରି ବୋହି ଯାଇଥିଲା । ଭାଗ୍ୟ ବଶତଃ ଗାଡ଼ିରେ ଥିବା ଡ୍ରାଇଭର ନିଲେସ କୁମାର ତିବାରି (୩୨), ଜଟିଆ ବେହେରା (୩୩) ଓ ମାଲିକ ସୁବ୍ରତ ମିଶ୍ର (୫୧) ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବର ପାଇ ମୁକୁନ୍ଦପୁର ଫାଣ୍ଡି ଅଧିକାରୀ ହର୍ଷଚନ୍ଦ୍ର ପାଣି ଓ କୋଲନରା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥକକୁ ପହଞ୍ଚି ରାସ୍ତା ଉପରେ ପଡିଥିବା ତେଲ ଉପରେ ବିଶୋଧନ ସ୍ପ୍ରେ କରିଥିଲେ ଏବଂ ଫାଣ୍ଡି ଅଧିକାରୀ ଅଧିକ ତଦନ୍ତ ଜାରି କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.