Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସଞ୍ଜୀବ ମିତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ନିଯୁକ୍ତ
ଭୁବନେଶ୍ୱର: ଓଡିଶା ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ ପ୍ରଫେସର ସଞ୍ଜୀବ ମିତଲଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ନିଯୁକ୍ତ କରିଛନ୍ତି । ଆସନ୍ତା ଚାରି ବର୍ଷ ପାଇଁ ସେ ଏହି ଦାୟିତ୍ୱରେ ରହିବେ । ପ୍ରଫେସର ମିତଲ ବର୍ତମାନ ୟୁନିଭରସିଟି ସ୍କୁଲ୍…
ବ୍ରହ୍ମପୁର ପୋଲିସର କାର୍ଯ୍ୟାନୁଷ୍ଠାନ : ୧ ଲକ୍ଷ ୨୪ ହଜାର ୫୦୦ ଟଙ୍କା ଜୋରିମାନା,ଜଣେ ଗିରଫ
-୧୦ ଲିଟର ମଦ ଜବତ
-୩୬ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ପାଇଁ ସୁପାରିଶ
ଗଞ୍ଜାମ: ବ୍ରହ୍ମପୁର ପୋଲିସ ଜିଲ୍ଲା ପକ୍ଷରୁ ଗତ ୧୯ ତାରିଖ ସକାଳ ୬ଟା ଠାରୁ ୨୦ ତାରିଖ ସକାଳ ୬ ଟା ପର୍ଯ୍ୟନ୍ତ ୨୪ ଘଂଟା ମଧ୍ୟରେ କୋଭିଡ଼୍ କଟକଣା ଉଲ୍ଲଙ୍ଘନକାରୀ, ବେପରୁଆ ଗାଡି ଚାଳକ ଓ ବେଆଇନ ମଦ କାରବାର ବିରୋଧରେ…
ଦୁର୍ବୃତଙ୍କ ଗୁଳିମାଡରେ ବେଗୁନିଆପଡା ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ମୃତ୍ୟୁ
ଗଞ୍ଜାମ: ଆଜି ସକାଳ ୯ଟା ସମୟରେ ଗୁଳିକାଣ୍ଡରେ ବେଗୁନିଆପଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦେବରାଜ ସାହୁଙ୍କ ମୃତ୍ୟୁ ଘଟିଛି । ତିନି ଜଣ ଦୁର୍ବୃତ ଏକ କାର୍ ରେ ଆସି ଶ୍ରୀ ସାହୁ ସୁମଣ୍ଡଳ ବସଷ୍ଟାଣ୍ଡ ଛକରେ ଏକ ଦୋକାନରେ ଚା ପିଉଥିବା ବେଳେ ତାଙ୍କ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇଥିଲେ । ସେମାନେ…
ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଗାଡ଼ିରେ ଲାଗିଲା ନିଆଁ
ମାଲକାନଗିରି: ମାଲକାନଗିରି ଜିଲ୍ଲା ଚଲାଣଗୁଡା ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାବନ୍ଧ ଗ୍ରାମ ନିକଟରେ ଆଜି ସକାଳ ୭ଟା ସମୟରେ ଗୋଟିଏ ଗାଡି ଦୁର୍ଘଟଣା ହୋଇ ସେଥିରେ ନିଆଁ ଲାଗିବାର ଦେଖିବାକୁ ମିଳିଥିଲା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଗ୍ରାମବାସୀଙ୍କ…
ବିଶେଷଜ୍ଞ ଦଳର ଚିତ୍ରକୋଣ୍ଡା ଡ୍ୟାମ ପରିଦର୍ଶନ
ମାଲକାନଗିରି: ଓଡ଼ିଶା ଡ୍ୟାମ୍ ସେଫ୍ଟି କମିଟିର ୩ ଜଣିଆ ବିଶେଷଜ୍ଞ ଦଳ ଚିତ୍ରକୋଣ୍ଡା ଡ୍ୟାମ୍ ଓ ସ୍ପିଲ୍ୱେର ସୁରକ୍ଷା ସମ୍ପର୍କରେ ଯାଞ୍ଚ କରିଛନ୍ତି। ଟିମ୍ରେ ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ବିଭୂତି ଭୂଷଣ ପଣ୍ଡା, ଡେପୁଟି ଡାଇରେକ୍ଟର ଅରୁଣ କୁମାର ଦାସ ଓ ସୁବାସ ଚନ୍ଦ୍ର ରଥ…
ଦୁର୍ଘଟଣାରେ ଆହତ କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୀପାଦ ନାୟକଙ୍କୁ ଡାକ୍ତରଖାନାରେ ଭେଟିଲେ ଜୁଏଲ ଓରାମ
ପାଣଜୀ: କର୍ଣାଟକରେ ଏକ ସଡକ ଦୁର୍ଘଟଣାରେ ଗୁରତର ହୋଇ ଗୋଆର ଏକ ହସପିଟାଲରେ ଚିକିତ୍ସିତ ହେଉଥିବା କେନ୍ଦ୍ର ମନ୍ତ୍ରୀ ଶ୍ରୀପଦ ୟେସୋ ନାୟକଙ୍କୁ ଭେଟିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ଶ୍ରୀ ଓରାମ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୩,୮୨୩ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୩,୮୨୩ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୬୨ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୫,୯୫,୬୬୦ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…
ବିଶିଷ୍ଟ ଅଭିନେତା ରବି ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର: ବିଶିଷ୍ଟ ଅଭିନେତା ରବି ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।ସେ ଟ୍ୱିଟ କରି କହିଛନ୍ତି ଯେ - ବିଶିଷ୍ଟ ଅଭିନେତା ରବି ମିଶ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ନିଜ ନିଖୁଣ ଅଭିନୟ ଦ୍ୱାରା ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ଓ…
ଗୁଡ୍ ବାଏ ଟ୍ରମ୍ପ୍: ୱେଲକମ୍ ବାଇଡେନ
ନୂଆଦିଲ୍ଲୀ: ବୁଧବାର ଆମେରିକା ସମୟ ୧୧.୫୯ ମିନିଟ୍ ୫୯ ସେକେଣ୍ଡରେ ସରିବ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ କାର୍ଯ୍ୟକାଳ । ଆରମ୍ଭ ହେବା ବାଇଡେନ୍ ଯୁଗ । ବାଇଡେନ୍ଙ୍କ ଶପଥ ଗ୍ରହଣ ଉତ୍ସବରେ ରହିବେନି ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଆଗୁଆ ଛାଡ଼ିଦେବେ ହ୍ୱାଇଟ୍ ହାଉସ୍ ।…
ଆସନ୍ତା କାଲିଠୁ ବିନା କୋଭିଡ଼୍ ରିପୋର୍ଟରେ ଜଗନ୍ନାଥ ଦର୍ଶନ : ପ୍ରବେଶ ପୂର୍ବରୁ ଥର୍ମାଲ ସ୍କ୍ରିନିଂ
ପୁରୀ: ଆସନ୍ତା କାଲିଠାରୁ ଭକ୍ତ ବିନା କୋଭିଡ଼୍ ରିପୋର୍ଟରେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିପାରିପାରିବେ । ଏଥି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ବର୍ମା ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।…