Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟରେ ଗୋଟିଏ ଦିନରେ ୭୯୧ କରୋନା ଆକ୍ରାନ୍ତ ଚିହ୍ନଟ
-ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୪୬୪୭
ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୭୯୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୪୬୪୭କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ…
ଶ୍ରୀମନ୍ଦିରରେ ବିଭିନ୍ନ ମରାମତି କାର୍ଯ୍ୟର ଯାଂଚ୍ କଲେ ଏଏସଆଇ ଟିମ୍
ପୁରୀ: ଶ୍ରୀମନ୍ଦିରରେ ବିଭିନ୍ନ ମରାମତି କାର୍ଯ୍ୟର ଯାଂଚ୍ କରିଛି ଏଏସଆଇ ଟିମ୍ । ଏଏସଆଇର ଯୁଗ୍ମ ମହାନିର୍ଦ୍ଦେଶକ ଅରୁଣେନ୍ଦ୍ର କୁମାରଙ୍କ ନେତୃତ୍ୱରେ ଅଧିକାରୀ ମାନେ ଏହି ଯାଂଚ୍ କରିଛନ୍ତି । ମନ୍ଦିରରୁ ଖସିଥିବା ହିରଣ୍ୟକସ୍ୟପ ମୂର୍ତି ମରାମତି ଓ ଏହାର ପୁନଃ ସ୍ଥାପନ କରାଯିବ ବୋଲି କହଛନ୍ତି…
ମୋବାଇଲ୍ ଛିନତାଇ ଘଟଣା : ୭ ଗିରଫ, ୧୭ ମୋବାଇଲ୍ ଜବତ
ପୁରୀ: ପୁରୀ ଟାଉନ୍ ର ବିଭିନ୍ନ ସ୍ଥାନରୁ ମୋବାଇଲ୍ ଓ ଭ୍ୟାନିଟ୍ ବ୍ୟାଗ୍ ଛିନତାଇ ଘଟଣାରେ ଟାଉନ୍ ଥାନା ପୋଲିସ ୭ ଜଣଙ୍କୁ ଗିରଫ କରିଛି । ସମୁଦ୍ରକୂଳ ଥାନା, ଟାଉନ୍ ଥାନା, ବଳିଆପଣ୍ଡା ଥାନା, ସିଂହଦ୍ୱାର ଥାନା ଅଂଚଳରେ ଅଭିଯୁକ୍ତ ମାନେ ମୋବାଇଲ୍ ଓ ଭ୍ୟାନିଟ ବ୍ୟାଗ୍ ପର୍ଯ୍ୟଟକ ମାନଙ୍କ ଠାରୁ…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧,୧୫,୭୩୬ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧,୧୫,୭୩୬ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୬୩୦ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୨୮,୦୧,୭୮୫ ପହଂଚିଛି ।ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା…
ମାଓବାଦୀ – ଯବାନ ଗୁଳି ବିନିମୟ : ବିପୁଳ ମାଓ ସାମଗ୍ରୀ ଜବତ
କନ୍ଧମାଳ : କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ କଲାମପଡ଼ା ଜଙ୍ଗଲରେ ମାଓବାଦୀ ଓ ଯବାନ ମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଜବତ କରିଛି ପୋଲିସ ।
ସୂଚନା ଅନୁସାରେ, ଗତ ୪ ତାରିଖରେ ସମ୍ପୃକ୍ତ ଅଂଚଳରେ ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ସୂଚନା…
ମୋଟ ଟିକାକରଣ ୮ କୋଟିକୁ ଅତିକ୍ରମ କରିଯାଇଛି
-କୋଭିଡ-୧୯ ଟେଷ୍ଟ ୨୫ କୋଟିକୁ ଟପି ଯାଇଛି
ନୂଆଦିଲ୍ଲୀ: କୋଭିଡ-୧୯ ସହ ମୁକାବିଲା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା କ୍ରମରେ ଗତ ୨୪ ଘଂଟା ମଧ୍ୟରେ ଭାରତରେ ୪୩ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଛି । ଦେଶରେ ଗୋଟିଏ ଦିନରେ ଏହା ସର୍ବାଧିକ ଟିକାକରଣର ରେକର୍ଡ ।
ଟିକାକରଣ ଅଭିଯାନର…
ଆଜି ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୧’ରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଆଜି ସନ୍ଧ୍ୟା ୭ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ବିଶ୍ୱବ୍ୟାପୀ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହିତ “ପରୀକ୍ଷା ପେ ଚର୍ଚ୍ଚା ୨୦୨୧” କାର୍ଯ୍ୟକ୍ରମରେ ଆଲୋଚନା କରିବେ ।
ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଥିଲେ…
୧୦ଦିନ ସ୍ପେଶାଲ ଡ୍ରାଇଭ୍: ଫୋକସ୍ ରେ ପଶ୍ଚିମ ଓଡ଼ିଶା
-ନିୟମ ମାନ: ସତର୍କ ହୁଅ
-ପଶ୍ଚିମ ଓଡ଼ିଶା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଫୋକସ୍
-ସୀମାନ୍ତ ଜିଲ୍ଲାକୁ ଯିବେ ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍
-ଆରମ୍ଭ ହେବ ୧୦ ଦିନିଆ ସ୍ପେଶାଲ ଡ୍ରାଇଭ୍
-ଅଧିକ ସଂଖ୍ୟାରେ ପୋଲିସ ମୁତୟନ ନିର୍ଦ୍ଦେଶ
-ଅଧିକ ଡାକ୍ତର-ପାରାମେଡିକାଲ ଷ୍ଟାଫ…
ଡିଜିଟାଲ ନେଣଦେଣରେ ଭାରତ ନମ୍ବର ୧ : ବହୁ ପଛରେ ଚୀନ୍ ଓ ଆମେରିକା
ନୂଆଦିଲ୍ଲୀ: ଦେଶରେ ଅନଲାଇନ୍ ନେଣଦେଣକୁ ପ୍ରାଧ୍ୟାନ୍ୟ ଦେଉଛନ୍ତି ଜନତା । ଇଲେକ୍ଟ୍ରୋନିକ୍ ବା ଅନଲାଇନ୍ ମାଧ୍ୟମରେ ଅଧିକାଂଶ ଟ୍ରାଞ୍ଜାକ୍ସନ କରୁଛନ୍ତି । ବିଲ୍ ପେମେଣ୍ଟଠୁ ସପିଂ ପର୍ଯ୍ୟନ୍ତ ଅନେକ ଅନଲାଇନରେ ପେମେଣ୍ଟ କରୁଛନ୍ତି । ଏକ ରିପୋର୍ଟ ଅନୁଯାୟୀ ୨୦୨୦ରେ ଦେଶରେ ହୋଇଥିବା ଡିଜିଟାଲ…
କରୋନା: ବିଶ୍ୱରେ ୧୩ କୋଟି ୨୩ ଲକ୍ଷ ୯୧ ହଜାର ୧୨୯ ଜଣ ଲୋକ ଆକ୍ରାନ୍ତ
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଏ ଯାଏ ୧୩ କୋଟି ୨୩ ଲକ୍ଷ ୯୧ ହଜାର ୧୨୯ ଜଣ ଲୋକ କରୋନା ସଂକ୍ରମିତ ହୋଇସାରିଥିବା ବେଳେ ୨୮ ଲକ୍ଷ ୭୩ ହଜାର ୯୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।
କରୋନା ସଂକ୍ରମିତ ୧୦ କୋଟି ୬୬ ଲକ୍ଷ ୭୩ ହଜାର ୮୭ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୨୮ ଲକ୍ଷ ୪୪ ହଜାର ୯୪୯ ଜଣ…