Browsing Category

ରାଜ୍ୟ

ଶ୍ରୀମନ୍ଦିରରେ ଚାଚେରୀ ବେଶ

ପୁରୀ: ଫାଲଗୁନ ଶୁକ୍ଳ ନବମୀ ଯୁକ୍ତ ଦଶମୀ ତିଥି ଅବସରରେ ରତ୍ନସିଂହାସନାରୁଢ଼ ଶ୍ରୀ ବିଗ୍ରହ ମାନଙ୍କର ମନୋରମ ଚାଚେରୀ ବେଶ ମଧ୍ୟାହ୍ନ ଧୂପ ପରେ ସ୍ୱତନ୍ତ୍ର ଭାବେ ଅନୁଷ୍ଠିତ ହୋଇଅଛି । ଫାଲ୍ଗୁନ ମାସ ଦଶମୀ ଠାରୁ ଚତୁର୍ଦଶି ପର୍ଯ୍ୟନ୍ତ ପ୍ରତିଦିନ ମଧ୍ୟାହ୍ନ ଧୂପ ପରେ ଠାକୁର ମାନଙ୍କ ଚାଚେରୀ…

ଟ୍ରଲର ମାଲିକଙ୍କୁ ଗୁଳି କରି ହତ୍ୟା ମାମଲା : ଆଉ ଦୁଇ ଥାନାରେ ଅଟକ

ବାଲେଶ୍ୱର: ଟ୍ରଲର ମାଲିକଙ୍କୁ ଗୁଳି କରି ହତ୍ୟା ମାମଲାରେ ଆଉ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି ବାଲେଶ୍ୱର ଚାନ୍ଦିପୁର ଥାନା ପୋଲିସ । ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ମାମଲାରେ ପୋଲିସ ୮ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ବ୍ୟବସାୟୀକ ଶତୃତାକୁ ନେଇ ଏମାନେ…

ରାଜଭବନ ସମ୍ମୁଖରେ ଧାରଣା ଦେଲେ ଡାକ୍ତରୀ ଛାତ୍ର

ଭୁବନେଶ୍ୱର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ମେଡିକାଲ ଷ୍ଟୁଡେଂଟମାନଙ୍କ ଫୋରମ ମେଡିଭିଜନ ତରଫରୁ ଗଭର୍ଣ୍ଣର ହାଉସ ସାମ୍ନାରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବା ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ରାଜ୍ୟ ବାହାରର ଡାକ୍ତର ମାନଙ୍କୁ ଓପିଏସସି ଏବଂ ଓଏମଇଏସ କ୍ୟାଡରରେ ନିଯୁକ୍ତ…

ଜଗଦା ପେଟ୍ରୋଲ ପମ୍ପରୁ ଲୁଟ୍ ମାମଲା : ୩ ଗିରଫ : ପିସ୍ତଲ, ବାଇକ୍ ସହ ନଗଦ ୧ ଲକ୍ଷ ଜବତ

ରାଉରକେଲା: ଜଗଦା ପେଟ୍ରୋଲ ପମ୍ପରୁ ଲୁଟ୍ ମାମଲାରେ ସୁନ୍ଦରଗଡ଼ ଜିଲ୍ଲା ଝିରିପାଣି ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନଙ୍କ ନିକଟରୁ ପିସ୍ତଲ, ବାଇକ୍ ସହ ନଗଦ ପ୍ରାୟ ୧ ଲକ୍ଷ ଟଙ୍କା ଜବତ ହୋଇଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।

ଦୁଇ ଶ୍ରମିକଙ୍କୁ ଦଳି ମାରିଲା ଦନ୍ତା

ସମ୍ବଲପୁର: ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜ୍ ଅନ୍ତର୍ଗତ କୁଡେରନିଶା ଗ୍ରାମରେ ଏକ ଦନ୍ତା ହାତୀର ଉତ୍ପାତ ଦେଖିବାକୁ ମିଳିଛି । ଗତକାଲି ରାତିରେ ଶୋଇଥିବା ବେଳେ ଦୁଇ ଶ୍ରମିକଙ୍କୁ ଦଳି ମାରିଛି ହାତୀ । ଅବଶ୍ୟ ଜଣେ ଅନ୍ୟ ଜଣେ କୌଣସି ପ୍ରକାରେ ନିଜ ଜୀବନ ବଂଚାଇବାରେ ସଫଳ ହୋଇଛନ୍ତି । ମୃତକ ଦ୍ୱୟ…

ସରକାରୀ ସ୍କୁଲପିଲାଙ୍କ ପାଇଁ ବିଧାନସଭାରେ ସଂକଳ୍ପ ଆଣିଲେ ମୁଖ୍ୟମନ୍ତ୍ରୀ : ମେଡିକାଲ-ଇଞ୍ଜିନିୟରିଂରେ ୧୫ ପ୍ରତିଶତ…

ଭୁବନେଶ୍ୱର: ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି ରାଜ୍ୟ ସରକାର । ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବିଧାନସଭାରେ…

ବନ୍ଦ ହୋଇପାରେ ଶ୍ରୀମନ୍ଦିର

ଭୁବନେଶ୍ୱର: ସପ୍ତାହକୁ ଗୋଟିଏ ଦିନ ବନ୍ଦ ହୋଇପାରେ ଶ୍ରୀମନ୍ଦିର । ଏଥିନେଇ ଦୁଇଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ । କୋଭିଡ୍ କଟକଣାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିବା ସହିତ ଶ୍ରୀଜୀଉଙ୍କ ଦର୍ଶନ…

ଆତ୍ମସମର୍ପଣ କଲେ ଦୁଇ ହାର୍ଡକୋର ମାଓବାଦୀ

ରାୟଗଡ଼ା: ଆତ୍ମସମର୍ପଣ କଲେ ଦୁଇ ହାର୍ଡକୋର ମାଓବାଦୀ । ରାୟଗଡ଼ା ପୁଲିସ ନିକଟରେ ଆଜି ଆତ୍ମସମର୍ପଣ କରିଛନ୍ତି ଦୁଇ ହାର୍ଡକୋର ମାଓବାଦୀ। ମାଓ ସଂଙ୍ଗଠନରେ ଦିନକୁ ଦିନ ମାନସିକ ନିର୍ଯାତନା, ଯୌନ ଶୋଷଣ ଓ ଅତ୍ୟାଚାର ବଢୁଥିବାରୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଥିବା…

ବିଶ୍ୱରେ ସବୁଜ ଏବଂ ସ୍ୱାସ୍ଥ୍ୟକର ପରିବେଶ ବାତାବରଣ ତିଆରି କରିବା ଲକ୍ଷ୍ୟ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ସରକାରଙ୍କ ବିଭିନ୍ନ ଆଭିମୁଖ୍ୟକୁ ଗ୍ରହଣ କରି ବିଶ୍ୱରେ ଏକ ସବୁଜ ଏବଂ ସ୍ୱାସ୍ଥ୍ୟକର ପରିବେଶ ବାତାବରଣ ତିଆରି କରିବା ତଥା ଘରୋଇ ସମ୍ବଳର ବ୍ୟବହାର କରି ଉର୍ଜା ଚାହିଦା ପୂରଣ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ପିପିଲି ଉପନିର୍ବାଚନ ବିଜ୍ଞପ୍ତି ପରେ ଜୋର ଧରିଲା ପ୍ରାର୍ଥୀ ଖୋଜା

ଭୁବନେଶ୍ୱର: ପିିପିିଲି ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ନିର୍ବାଚନ କମିଶନ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବା ପରେ ଆଜିଠାରୁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ବିଜ୍ଞପ୍ତି ପ୍ରକାଶ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ନିର୍ବାଚନରେ…