ଭୁବନେଶ୍ୱର: ପିିପିିଲି ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ନିର୍ବାଚନ କମିଶନ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବା ପରେ ଆଜିଠାରୁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ବିଜ୍ଞପ୍ତି ପ୍ରକାଶ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ନିର୍ବାଚନରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କ ଟିକାକରଣ ଶେଷ ହୋଇଛି । ସେପଟେ ତିନି ପ୍ରମୁଖ ଦଳଙ୍କ ପ୍ରାର୍ଥୀ ଚୟନ ସରିଥିବା କୁହାଯାଉଥିଲେ ବି ବିଦ୍ଧିବଦ୍ଧ ଘୋଷଣାକୁ ଅପେକ୍ଷା ରହିଛି ।
୧୭ରେ ଭୋଟ ହେବାକୁ ଥିବା ବେଳେ ଆଜିଠାରୁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ଯାହା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏପ୍ରିଲ ୩ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ । ଏଥିଲାଗି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ପ୍ରସ୍ତୁତି ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ୱିତ କରାଯାଇଛି । ମନୋନୟନ ପତ୍ର ଦାଖଲ ଲାଗି ରିଟର୍ଣ୍ଣିଂ ଅଫିସର ଭାବେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମସ୍ତ ପ୍ରସ୍ତୁତି କରାଯାଉଛି ।
ଭୋଟ ଦାନରେ ନିୟୋଜିତ ହେବାକୁ ଥିବା ସମସ୍ତ କର୍ମଚାରୀଙ୍କ ଟିକାକରଣ କାର୍ଯ୍ୟ ସମ୍ପନ୍ନ କରାଯାଉଥିବା ଜିଲ୍ଲାପାଳ କହିଛନ୍ତି । କର୍ମଚାରୀମାନଙ୍କୁ ଏନେଇ ପ୍ରଶିକ୍ଷଣ ମଧ୍ୟ ଦିଆଯିବ । ସେହିରି ଅଦର୍ଶ ଆଚରଣ ବିଧି ଅନୁାଳନ ପାଇଁ ଗୁରୁତ୍ୱ ଦିଆଯାଇଛି । କରୋନା କଟକଣା ମଧ୍ୟରେ ଭୋଟ ଦାନ ପ୍ରକ୍ରିୟା ଶେଷ କରିବା ଉପରେ ପ୍ରଶାସନ ଗୁରୁôତ୍ୱ ଦେଉଥିବା ଜିଲ୍ଲାପାଳ କହିଛନ୍ତି । ବିଜ୍ଞପ୍ତି ପ୍ରକାଶ ପାଇଥିଲେ ବି ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହାନ୍ତି । ଗତ ସାଧାରଣ ନିର୍ବାଚନରେ ଦଳରୁ ଲଢିଥିବା ଆଶ୍ରିତ ପଟ୍ଟନାୟକଙ୍କ ନାଁରେ ବିଜେପି ଚୂଡ଼ାନ୍ତ କରିଥିବା ବେଳେ ଖୁବଶୀଘ୍ର ଘୋଷଣା କରିବ । ଆଶ୍ରିତ ୨୬ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି ।
ସେପଟେ କଂଗ୍ରେସର ସ୍ୱତନ୍ତ୍ର ଟିମ ୫ ଜଣଙ୍କ ନାଁ ସର୍ଟଲିଷ୍ଟ କରିଥିବା ବେଳେ ଗତଥର ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କୁ ପୁଣି ରିିଟ୍ କରିବ ବୋଲି ସଙ୍କେତ ଦେଇଛି । ଅଜିତ ମଧ୍ୟ ପିିପିିଲିରେ ତାଙ୍କ ପ୍ରଚାର ଚଳାଇଥିବା ଦେଖିବାକୁ ମିଳୁଛି । ହେଲେ ଶାସକ ଦଳର ଗଡ ଥିବା ପିିପିିଲିରୁ ଦଳ କାହାକୁ ପ୍ରାର୍ଥୀ କରିବ ଚୂଡାନ୍ତ ହୋଇନି । ଦଳ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛି ବିଜେଡି ।
ପ୍ରଦୀପ ମହାରଥୀଙ୍କ ବିୟୋଗରେ ପିିପିିଲି ଆସନ ଖାଲି ପଡ଼ିଛି । ଏଥିାଇଁ ୧୭ରେ ହେବ ଭୋଟ୍ ଓ ମଇ ୨ରେ ରେଜଲ୍ଟ ଘୋଷଣା ହେବ । ୩୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ଚାଲିବ । ୩୧ରେ ନାମାଙ୍କନପତ୍ର ଯାଞ୍ଚ ହେବ । ଏପ୍ରିଲ ୩ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ହେବ । ୧୭ରେ ହେବ ଭୋଟ୍ ।