ବୃଦ୍ଧାଶ୍ରମରେ ‘ମନ ମୋର କାଗଜ ଗୁଡ଼ି’ର ମକର ଉତ୍ସବ ପାଳନ

173

ଭୁବନେଶ୍ୱର: କାହା ମନରେ ଟିକେ ହସ, କାହା ମନରେ ଟିକେ ଖୁସି ଭରିଦେବା ଠାରୁ ଜୀବନରେ ଆଉ କ’ଣ ଅଧିକ ଅର୍ଜନ କରାଯାଇପାରେ । ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ମନରେ ଟିକେ ଖୁସି ଭରିଦେବା ପାଇଁ ଚଳଚ୍ଚିତ୍ର ‘ମନ ମୋର କାଗଜ ଗୁଡ଼ି’ର ପୁରା ଟିମ୍ ପହଞ୍ôଚଥିଲା ଭୁବନେଶ୍ୱର ଉପକଣ୍ଠ ‘ଆଶ୍ରୟ’ ବୃଦ୍ଧାଶ୍ରମରେ । ଆଶ୍ରୟରେ ସମବେତ ହୋଇଥିଲେ ଏହି ଚଳଚ୍ଚିତ୍ରର ସମସ୍ତ କଳାକାର ଓ ଟେକ୍ନିସିଆନ । ନାଚ, ଗୀତ ସାଙ୍ଗକୁ ଗୁଡ଼ି ଉଡ଼ା ଓ ପାରମ୍ପରିକ ମକର ଉତ୍ସବ ପାଳନ । ଆଶ୍ରୟର ଅନ୍ତେବାସୀମାନେ ସେମାନଙ୍କ ପ୍ରିୟ କଳାକାରଙ୍କୁ ପାଖରେ ପାଇ ବେଶ ଖୁସି ହୋଇଯାଇଥିଲେ ଏବଂ ହସଖୁସିରେ ମାହୋଲ ଆଶ୍ରୟର ପରିସରକୁ ଉତ୍ସବ ମୁଖର କରିଦେଇଥିଲା । କୁନି କୁନି ପିଲାମାନେ କଳାକାରଙ୍କ ସହ ମିଶି ଗୁଡ଼ି ଉଡ଼ାଇବା ସହିତ ସେମାନଙ୍କର ପ୍ରିୟ କଳାକାରଙ୍କୁ ପ•ରି •ଲିଥିଲେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ଓ ଗୋଟିଏ ପରେ ଗୋଟିଏ ଫରମାଇସ୍ । ପିଲାମାନଙ୍କ ପ୍ରତିଟି ଫରମାଇସ ପୂରଣ କରିଥିଲେ ସେମାନେ । କୁନି କୁନି ପିଲାଙ୍କ ମେଳରେ ରାକେଶ ଓ ଭୂମିକାଙ୍କ ନୃତ୍ୟ କୁହନ୍ତୁ କି ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇଙ୍କ ଲାଳିତ୍ୟଭରା ଗୀତ, ମନ ଛୁଇଁଥିଲା ପ୍ରତ୍ୟେକ ଅନ୍ତେବାସୀଙ୍କର । ଉପସ୍ଥିତ କଳାକାର ଓ ଟେକ୍ନିସିଆନଙ୍କ ମଧ୍ୟରେ ଥିଲେ ଭୂମିକା ଦାଶ, ରାକେଶ ଦେଓ, ପ୍ର୍ରୀତିରାଜ ଶତପଥୀ, ଶଙ୍କର, ଐଶ୍ୱର୍ଯ୍ୟା, ମମତା ତ୍ରିପାଠୀ, ଦେବୀ ବାରିକ, ଲିପୁନ, ଜ୍ଞାନ, ଗୁଡ଼ୁ, ରାଜଲକ୍ଷ୍ମୀ, ପ୍ରୀତିପ୍ରିୟା, ଶିଶୁ କଳାକାର ଦିବ୍ୟାଂଶା ପଣ୍ଡା, ସୁହାନା, ପ୍ରଯୋଜକ ଶିବିର କୁମାର ପରିଡ଼ା, ସହ ପ୍ରଯୋଜକ ବିବେକାନନ୍ଦ ବାରିକ, ନିର୍ଦ୍ଦେଶକ ଦେବଜ୍ୟୋତି ପାତ୍ର (ଦିପୁ), ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇ, କ୍ୟାମେରାମ୍ୟାନ ଆର. ଭଗତ ସିଂ, ଏଡ଼ିଟର ପିଣ୍ଟୁ, ସାମାଜିକ କର୍ମୀ ତଥା କ୍ରୀଡ଼ା ମହାଗୁରୁ ବିକାଶ ଚନ୍ଦ୍ର ପଟ୍ଟନାୟକ, ସମାଜସେବୀ ପରମେଶ୍ୱର ଦାଶ, ଓଡ଼ିଶା ପତିତ ଉଦ୍ଧାର ସମିତି ତଥା ଆଶ୍ରୟର ସମ୍ପାଦିକା ଆଭାରାଣୀ ଚୌଧୁରୀ ପ୍ରମୁଖ । ବୃଦ୍ଧଶ୍ରମରେ ମକର ଉତ୍ସବ ପାଳନ କରି ୨୦୨୧ର ସବୁଠୁ ଚର୍ଚ୍ଚିତ ଚଳଚ୍ଚିତ୍ର ‘ମନ ମୋର କାଗଜ ଗୁଡ଼ି’ ନିଜର ନାଁକୁ ସାର୍ଥକ କରିବା ସହିତ ପ୍ରମାଣିତ କରିଛି ଯେ, ଚଳଚ୍ଚିତ୍ର ନିର୍ମାଣର ଉଧେଶ୍ୟ କେବଳ ବ୍ୟବସାୟିକ ଦୃଷ୍ଟିଭଙ୍ଗୀ ନୁହେଁ, ମନୋରଞ୍ଜନ ସାଙ୍ଗକୁ ସାମାଜିକ ପ୍ରତିବଦ୍ଧତା ବି ଏହାର ଅନ୍ୟତମ ଆଭିମୁଖ୍ୟ ହେବା ଉଚିତ ।

Leave A Reply

Your email address will not be published.