ବିଦେଶ ଫେରନ୍ତାଙ୍କ ପୋର୍ଟାଲ କରିବା ପାଇଁ କେନ୍ଦ୍ର ଅନୁମତି ଦେଉ : ସ୍ୱାସ୍ଥ୍ୟମନ୍ତ୍ରୀ

179

ଭୁବନେଶ୍ୱର : ଓମିକ୍ରନ୍ ବିଷୟରେ ସାରା ବିଶ୍ୱରେ ଚର୍ଚ୍ଚା । ଡବ୍ଲୁଏଚଓ ଅନୁସାରେ ଓମିକ୍ରନ୍ କୁ ନେଇ ଭୟ କରିବାର କୌଣସି କାରଣ ନାହିଁ । ଟୀକା ଉପରେ ଏହା କେତେ ପ୍ରଭାବୀ ରହିବ ତା ବିଷୟରେ ଗବେଷଣା ଚାଲିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ କହିଛନ୍ତି ।

ବିଦେଶ ଫେରନ୍ତାଙ୍କ ପୋର୍ଟାଲ କରିବା ପାଇଁ କେନ୍ଦ୍ର ଅନୁମତି ଦେଲେ ଆମେ ତାଙ୍କୁ ଯୋଗାଯୋଗ କରି ତାଙ୍କର କଂଟାକ୍ଟ ଟ୍ରେସିଂ କରିବୁ ଏବଂ ଯାହା ଆବଶ୍ୟକ ସେ ବିଷୟରେ ପଦକ୍ଷେପ ନେବୁ । କେନ୍ଦ୍ର ସରକାରଙ୍କୁ ଏସମ୍ପର୍କରେ ଜଣାଇଛୁ । ଆମର ବିଭାଗ ଏହା ଉପରେ ତୀକ୍ଷ୍ମ ଦୃଷ୍ଟି ରଖିଛି । ଭୟ କରିବାର କୌଣସି କାରଣ ନାହିଁ । ଓଡିଶା କୁ କେତେ ବିଦେଶରୁ ଆସିଛନ୍ତି ତାର ଠିକ୍ ସଂଖ୍ୟା ନାହିଁ । କେନ୍ଦ୍ର ପକ୍ଷରୁ ତଥ୍ୟ ଆସିଲେ ପଦକ୍ଷେପ ନିଆଯିବ । ସମସ୍ତେ କେବଳ ସତର୍କ ରୁହନ୍ତୁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.