ରଥଖଳା ହାଲଚାଲ : ଯନ୍ତାପଟ୍ଟାରେ ଦାଗ ଦିଆଗଲା

176

ପୁରୀ : ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ୩ ରଥ ନିର୍ମାଣ ରଥଖଳାରେ ଆଗେଇ ଚାଲିଛି । ଆଜି ଅଷ୍ଟମ ଦିନରେ ଚକରେ ଅର, ପଇ ବାଡେଇବା ପାଇଁ ଯନ୍ତାପଟା ଆବଶ୍ୟକ । ଜନ୍ତାପଟ୍ଟା ମାପ ଅନୁସାରେ କଟାଯାଇଛି । ସେଥିରେ ଦାଗ ଦିଆଯାଇଛି । ବିନ୍ଧ ପାଇଁ ଚିହ୍ନ ଦିଆଯାଇଛି । ରଥଖଳାରେ ଆଜି ୧୧୧ଜଣ ସେବାୟତ କାମକରୁଛନ୍ତି । ସେଥିମଧ୍ୟରୁ ୩୯ଜଣ ମହାରଣା, ଇସେବକ ୫୨ଜଣ, କରତିସେବକ ୪ଜଣ ପାହି ମହାରଣା ୧ଜଣ, ଓଝା ବା କମାର ସେବକ ୧୨ଜଣ,ବିନ୍ଧ କାରିଗର ୨ଜଣ,ରଥ ଖଳା ସହାୟକ ୧ଜଣ କାମ କରୁଛନ୍ତି । ତିନି ରଥ ର ୪୨ ତୁମ୍ବନିର୍ମାଣ ଶେଷ ହୋଇଛି । ସୁତା ଵାଡ଼ିଆ ସହ, ଠେକ ତୁଲିଆ, ଘେର କଟା ହୋଇ ତୁମ୍ବରେ ବିନ୍ଧକାର୍ଯ୍ୟ ଜାରୀ ରହିଛି ।

ତାଳଧ୍ଵଜ ରଥର ୧୪ ତୁମ୍ବର ପ୍ରାରମ୍ଭିକଗୋଲେଇ କାର୍ଯ୍ୟ ଶେଷ ହୋଇଛି । ଦୁଇଟି ତୁମ୍ବ ର ୧୬ ଯୋଡ଼ା ବିନ୍ଧସରିଛି । ଆଉ ଦୁଇଟି ତୁମ୍ବ ରେ ବିନ୍ଧକାର୍ଯ୍ୟ ଜାରୀ ରହିଛି । ଅନ୍ୟ ତୁମ୍ବଗୁଡିକର ଠେକ ତୁଲିଆ ଓ ଘେରକଟା ଚାଲିଛି । ଦେବ ଦଳନ ରଥର ୧୨ ଟିତୁମ୍ବର ବିନ୍ଧ କାର୍ଯ୍ୟ ଗତ କାଲି ଠାରୁଚାଲୁ ହୋଇ ଆଜି ୫ ଟି ତୁମ୍ବର ୧୬ ଯୋଡ଼ା ବିନ୍ଧ ଖୋଳା ଶେଷ ହୋଇଛି । ନନ୍ଦିଘୋଷ ରଥର ୧୬ଟି ତୁମ୍ବରୁ ୭ଟିର ବିନ୍ଧ କାର୍ଯ୍ୟ ଗତକାଲି ଠାରୁଆରମ୍ଭ ହୋଇଥିଲା । ଆଜି ୩ଟି ତୁମ୍ବର ୧୬ ଯୋଡ଼ା ଲେଖାଁଏ ବିନ୍ଧ କାର୍ଯ୍ୟଶେଷ ହୋଇଛି । ଅନ୍ୟ ତୁମ୍ବ ଗୁଡିକରଠେକ ତୁଲିଆ ଓ ଘେର କଟା ଚାଲିଛିଯନ୍ତା ପଟା ଦୁଇଟି ମାପ ସରି ବିନ୍ଧପାଇଁ ରହିଅଛି, ବିନ୍ଧ ପରେ ଯନ୍ତା ପଟାରେକିଳା ସଂଯୋଗ ହବ ,ତୁମ୍ରେ ଅର ସଂଯୋଗ ପରେ ପଇ ପିନ୍ଧା କାର୍ଯ୍ୟହେବ । କମାର ଶାଳରେ ଓଝା ସେବକ ମାନେ ତୁମ୍ଵରେଫିଟିଙ୍ଗ ପାଇଁ ୬ ହଳ ଲେଖାଁଏ ପଂଦାରୀ ଶେଷ ହୋଇ ସେଗୁଡିକର ବୋଳା କାର୍ଯ୍ୟ ବାକି ରହିଛି ।

Leave A Reply

Your email address will not be published.