ଭାରତ ଟିକା କମ୍ପାନୀ ଉପରେ ସାଇବର ଆକ୍ରମଣ ପାଇଁ ଚୀନ୍ ର ଉଦ୍ୟମ

151

ନୂଆଦିଲ୍ଲୀ: କରୋନା ଟିକା ପ୍ରସ୍ତୁତି କ୍ଷେତ୍ରରେ ଭାରତଠାରୁ ପଛେଇଯିବା ପରେ ଚୀନ ଏବେ ଭାରତର ଟିକା ପ୍ରସ୍ତୁତକାରୀ କମ୍ପାନୀମାନଙ୍କ ଉପରେ ସାଇବର ଆକ୍ରମଣ କରିବାକୁ ଉଦ୍ୟମ କରୁଛି । କିଛି ସପ୍ତାହ ତଳେ ଚୀନ୍ ହ୍ୟାକରମାନେ ଭାରତର ଦୁଇ ଟିକା ପ୍ରସ୍ତୁତିକାରୀ କମ୍ପାନି ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକର ଆଇଟି ସିଷ୍ଟମ୍ ଉପରେ ସାଇବର ଆକ୍ରମଣ କରି ସେଗୁଡ଼ିକରୁ ତଥ୍ୟ ଚୋରାଇବା ଓ ତଥ୍ୟ ନଷ୍ଟ କରିବା ଲଗି ଉଦ୍ୟମ କରିଥିଲେ ।

ଏ ସମ୍ପର୍କରେ ସାଇବର ଗୁଇନ୍ଦା ସଂସ୍ଥା ସାଇଫାର୍ମା ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି । ସାଇଫାର୍ମାର ସିଇଓ କୁମାର ରିତେଶ କହିଛନ୍ତି ଯେ, ଚୀନ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ହ୍ୟାକର ଗ୍ରୁପ ଏପିଟି୧୦ ପକ୍ଷରୁ ଏହି ସାଇବର ଆକ୍ରମଣ କରାଯାଇଥିଲା । ଏହି ଗ୍ରୁପ ଷ୍ଟୋନ୍ ପାଣ୍ଡା ବୋଲି ମଧ୍ୟ ଜଣାଶୁଣା । ଏହି ସାଇବର ଆକ୍ରମଣର ଉଦ୍ଦେଶ୍ୟ ହେଉଛି ଭାରତୀୟ ଟିକା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ ।

ଏହା ସହିତ ଭାରତୀୟ ଟିକା ଗବେଷଣାକୁ ବିଫଳ କରି ଟିକା ନିର୍ମାଣ କ୍ଷେତ୍ରରେ ଭାରତକୁ ପଛକୁ ନେଇଯିବା । ସେ କହିଛନ୍ତି ଯେ ଚୀନ୍ ହ୍ୟାକରମାନେ ସିରମ୍ ଇନ୍ଷ୍ଟିଚ୍ୟୁଟ ଉପରେ ସାଇବର ଆକ୍ରମଣ କରିବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ।

Leave A Reply

Your email address will not be published.