ପିପିଲି: ରାଜ୍ୟ ସ୍ତରୀୟ ‘କଳାକୃତି ସମ୍ମାନ’ପାଇଥିବା ପିପିଲିର ଜଣାଶୁଣା ଯୁବ ଚାନ୍ଦୁଆ କାରିଗର ତଥା ସମାଜସେବୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ପୁରୀ ଜିଲ୍ଲା ବିଜେପି ପକ୍ଷରୁ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ମାନିତ କରାଯାଇଛି । ସ୍ଥାନୀୟ ହୋଟେଲ ରାଂଚ ପରିସରରେ ଆୟୋଜିତ ଏକ ଉତ୍ସବରେ ଶ୍ରୀ ମହାପାତ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ,ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଶ୍ରୀ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବରିଷ୍ଠ ସମାଜସେବୀ ଡାକ୍ତର ନବକିଶୋର ରାଉତ, ପିପିଲି ଏନଏସି ପୂର୍ବତନ ଉପାଧ୍ୟକ୍ଷ ସୁକାନ୍ତ ଭଟ୍ଟ,ପୁରୀ ଜିଲ୍ଲା ବିଜେପି ଉପ ସଭାପତି ଜନ୍ମେଜୟ ଜେନା,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନ,ମଣ୍ଡଳ ସଭାପତି ପର୍ଶୁରାମ ମହାପାତ୍ର, ସୁଧିର ବିଶ୍ୱାଳ,ଶ୍ୱେତ ନାୟକ,ପୂର୍ବତନ ସରପଂଚ,ପ୍ରଦୀପ ସାହୁ,ଯୁବନେତା ଗଦାଧର ପରିଡ଼ା,ସୁଶାନ୍ତ ସ୍ୱାଇଁ,ଦେବୀପ୍ରସାଦ ମଲ୍ଲିକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଚାନ୍ଦୁଆ ତିଆରି କ୍ଷେତ୍ରରେ ତାଙ୍କର ପାରଦର୍ଶିତାକୁ ବିଚାରକୁ ନିଆଯାଇ, ରାଜ୍ୟ ସରକାର ଶ୍ରୀ ମହାପାତ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ପ୍ରଥମ ଥର ପାଇଁ ପିପିଲିର ଚାନ୍ଦୁଆ କାରିଗର ଶ୍ରୀ ମହାପାତ୍ର ଏହି ସମ୍ମାନ ପାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.