ରାଜ୍ୟ ପୋଲିସ୍ ମୁଖ୍ୟ କାର୍ଯ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

130

କଟକ : ଜାତୀୟ ସମ୍ବିଧାନ ଦିବସ ପାଳନ ଅବସରରେଏକ ଶପଥ ପାଠ କାର୍ଯ୍ୟକ୍ରମ ରାଜ୍ୟ ପୋଲିସ୍ମୁଖ୍ୟକାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତହୋଇଯାଇଛି । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟମୁଖ୍ୟ ଅତିଥି ଭାବେଯୋଗ ଦେଇ ଉପସ୍ଥିତ ଅଧିକାରୀ/କର୍ମଚାରୀଙ୍କୁ ସମ୍ବିଧାନ ଦିବସର ଶପଥ ପାଠ କରାଇଥିଲେ । ଭାରତର ପ୍ରଭୂତା, ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା, ଦେଶରରକ୍ଷା, ରାଷ୍ଟ୍ରରସେବା, ଧର୍ମଗତ, ଭାଷାଗତ ଓ ଆଂଚଳିକ ଭେଦଭାବରୁ ଉର୍ଦ୍ଧ୍ୱରେ ରହି ଭାରତବାସୀଙ୍କ ମଧ୍ୟରେ ଏକତା ଓ ଭାତୃ ଭାବର ବିକାଶ ଘଟାଇବା, ସ୍ତ୍ରୀଲୋକଙ୍କ ସମ୍ମାନ ରକ୍ଷାକରିବା, ଭାରତ ସଂଯୁକ୍ତ ସଂସ୍କୃତିର ଗୌରବଶାଳୀ ପରମ୍ପରାର ପରି ରକ୍ଷଣ କରିବା, ବୈଜ୍ଞାନିକ ଦୃଷ୍ଟିକୋଣ, ମାନବଭାବ ତଥା ସଂସ୍କାର ଭାବନାର ବିକାଶ କରିବା, ଦେଶର ସାର୍ବଜନୀନ ସମ୍ପତିର ସୁରକ୍ଷା, ହିଂସାତ୍ୟାଗ, ୬ରୁ ୧୪ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ପାଠ ପଢିବାର ସୁଯୋଗ ଦେବା, ସମ୍ବିଧାନ, ରାଷ୍ଟ୍ରୀୟ ପତାକା ଓ ରାଷ୍ଟ୍ରୀୟ ସଙ୍ଗୀତକୁ ସମ୍ମାନ ପ୍ରଦର୍ଶନ କରିବାକୁ ଡିଜିଶ୍ରୀ ଅଭୟ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଡିଜି(ଆଇନ୍ ଓ ଶୃଙ୍ଖଳା) ଶ୍ରୀ ଆର୍.କେ. ଶର୍ମା, ଆଇଜି (ହେଡ୍କ୍ୱାର୍ଟର) ଏସ୍.ଦେବଦତ ସିଂ, ଆଇଜି(ପ୍ରୋଭିଜନିଂ) ଯତୀନ୍ଦ୍ରକୋୟଲ, ଆଇଜି (ପର୍ସୋନେଲ) ଶ୍ରୀ ପ୍ରବୀଣକୁମାର, ଆଇଜି(କ୍ରାଇମବ୍ରାଂଚ)ଅମିତେନ୍ଦ୍ର ନାଥ ସିହ୍ନା,ଏଆଇଜି(ପ୍ରୋଭିଜନିଂ) ଅଶୋକ ମହାନ୍ତିଙ୍କ ସମେତ ପୋଲିସ୍ମୁଖ୍ୟାଳୟର ସମସ୍ତ ପ୍ରଶାସନିକ ଅଧିକାରୀ, ସଂସ୍ଥା ଅଧିକାରୀ, ଉପବିଭାଗ ଅଧିକାରୀ, ସହକାରୀ ଉପବିଭାଗ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଶପଥ ପାଠ କରିଥିଲେ । ସହକାରୀ ଦୁର୍ଗପତିଶ୍ରୀ ପଙ୍କଜ କୁମାର ନାୟକ ଓ ସୁବେଦାର ଅଶୋକ କୁମାର ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.