ବଲାଙ୍ଗୀର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ଆକାଉଣ୍ଟସ୍ ମ୍ୟାନେଜର୍ ସୁଧୀର କୁମାର ନନ୍ଦଙ୍କ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ବଲାଙ୍ଗିର ପ୍ୟାଲେସ ଲାଇନରେ ଥିବା ଦୁଇ ମହଲା ଘର ସମେତ ରୁଗୁଡିପଡା ପୈତୃକ ବାସଭବନ ଓ ବଲାଙ୍ଗିର ବ୍ୟାଙ୍କ ଆଦି ତିନିଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢାଉ କରାଯାଇଛି । ପ୍ୟାଲେସ ଲାଇନ ବାସଭବନରୁ ତିନିଟି ଜମିପଟ୍ଟା, ବ୍ୟାଙ୍କ ବୀମା ଜମା କାଗଜ ସହ ନଗଦ ଟଙ୍କା ଓ ସୁନା ଗହଣା ଠାବ କରାଯାଇଛି । ସମ୍ବଲପୁର ଭିଜିଲାନ୍ସ ଏସ୍ପିଙ୍କ ନିର୍ଦ୍ଦେଶ ପରେ ବଲାଙ୍ଗିର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ କୋର୍ଟଙ୍କ ଦ୍ୱାରା ସର୍ଚ୍ଚ ୱାରେଣ୍ଟ ଜାରି କରାଯାଇଥିଲା । ୱାରେଣ୍ଟ ବଳରେ ଭିଜିଲାନ୍ସ ଡିଏସ୍ପି ଦାଶରଥି ସେଠୀଙ୍କ ନେତୃତ୍ୱରେ ଆଜି ଭୋରରୁ ଚଢାଉ କରାଯାଇଛି । ସମ୍ପତ୍ତିର ସଠିକ୍ ଆକଳନ ହେବା ପରେ ଯାଇ ତାଙ୍କ ପାଖରେ କେତେ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ରହିଛି ତାହା ଜଣାପଡିବ । ଅନ୍ୟପଟେ ତାଙ୍କ ବିରୋଧରେ ଏହା ଏକ ଷଡଯନ୍ତ୍ର ବୋଲି ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ଆକାଉଣ୍ଟସ୍ ମ୍ୟାନେଜର୍ ସୁଧୀର କୁମାର ମିଶ୍ର ଅଭିଯୋଗ କରିଛନ୍ତି । ଚଢାଉ ବେଳେ ସୁନା, ନଗଦ ଟଙ୍କା, ୩ଟି ଜମି କାଗଜପତ୍ର , ବ୍ୟାଙ୍କ ପାସବୁକ୍ ଜବତ ହୋଇଛି । ଏକକାଳୀନ ୩ଟି ସ୍ଥାନରେ ରେଡ୍ ଚାଲିଥିବାରୁ ଏଯାଏଁ ସମ୍ପତ୍ତିର ଆକଳନ କରି ପାରିନି ଭିଜିଲାନ୍ସ ଟିମ୍ । ପୂର୍ବରୁ ସୁଧୀର ନନ୍ଦଙ୍କ ନାଁରେ ଅନେକ ଅଭିଯୋଗ ରହିଛି ।
Sign in
Sign in
Recover your password.
A password will be e-mailed to you.