କରୋନାରେ ବିଶ୍ୱବ୍ୟାପୀ ୯.୯୨ କୋଟି ଲୋକ ଆକ୍ରାନ୍ତ
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୨୧ ଲକ୍ଷ ୨୮ ହଜାର ୩୭୧ ପହଂଚିଥିବା ବେଳେ ୯ କୋଟି ୯୨ ଲକ୍ଷ ୭୭ ହଜାର ୮୧୦ ଲୋକ ସଂକ୍ରମିତ ହୋଇସାରିଛନ୍ତି । କରୋନା ସଂକ୍ରମିତ ୭ କୋଟି ୧୨ ଲକ୍ଷ ୯୪ ହଜାର ୫୧ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୮ ଲକ୍ଷ ୫୫ ହଜାର ୩୮୮ ଜଣ ଲୋକ ସକ୍ରିୟ ଅଛନ୍ତି ।