ରାଜ୍ୟରେ କମୁଛି କରୋନା ପଜିଟିଭିଟି

291

-ପଡୋଶୀ ରାଜ୍ୟରେ ସଂକ୍ରମଣ ହ୍ରାସ ପାଉଛି

ଭୁୁବନେଶ୍ୱର : ରାଜ୍ୟରେ ବର୍ତମାନ ସମୟରେ ପଜିଟିଭିଟି କମୁଛି । ମେ ୨୨ରେ ସର୍ବାଧିକ ୧୨,୮୫୨ ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ବାତ୍ୟା ପାଇଁ ଟେଷ୍ଟ କମିବାରୁ ପଜିଟିଭ ସଂଖ୍ୟା କମିଥିଲା । ମାତ୍ର ପରବର୍ତୀ ପର୍ଯ୍ୟାୟରେ ଟେଷ୍ଟ ବଢ଼ିଥିଲେ ବି ସଂକ୍ରମଣ କମିଛି । ଆଜି ରାଜ୍ୟରେ ୯୫୪୧ ପଜିଟିଭ ଚିହ୍ନିତ ହୋଇଛନ୍ତି । ମେ ୨୨ ତାରିଖକୁ ଆମ ରାଜ୍ୟ ପାଇଁ ପିକ୍ ବୋଲି ଧରିବାକୁ ହେବ । ଏହାସହ ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ସଂକ୍ରମଣ କମିବା ଆଶ୍ୱସ୍ତିକର ଖବର ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ।

ରାଜ୍ୟ ସରକାରଙ୍କ କରୋନା ସଚେତନତା କାର୍ଯ୍ୟକ୍ରମରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ପଡ଼ୋଶୀ ରାଜ୍ୟରେ ସଂକ୍ରମଣ କମୁଥିବାରୁ ସୀମାବର୍ତୀ ଜିଲାର ସଂକ୍ରମଣ କମୁଛି । ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ସଂକ୍ରମଣ କମୁଥିଲେ ବି ବିପଦ ରହିଛି ବୋଲି ସେ କହିବା ସହ, ଆନ୍ଧ୍ର, ପଶ୍ଚିମବଙ୍ଗ ସୀମାନ୍ତ ସିଲ୍ କରାଯାଇଛି । ଆମ ରାଜ୍ୟର ମୋଟ ୯ଟି ଜିଲ୍ଲାରେ ସଂକ୍ରମଣ ରାଜ୍ୟର ୬୦% ରହିଛି । ଖୋର୍ଦ୍ଧା, କଟକ, ଅନୁଗୁଳ, ସୁନ୍ଦରଗଡ଼, ପୁରୀ, ମୟୂରଭଞ୍ଜ, ବାଲେଶ୍ୱର, ବରଗଡ଼, ପୁରୀ ଜିଲ୍ଲା ରାଜ୍ୟରେ ପଜିଟିଭିଟି କମି ଆଜି ସୁଦ୍ଧା ୧୪%ରେ ପହଂଚିଛି । ୧୯ଟି ଜିଲ୍ଲାରେ ପଜିଟିଭିଟି ହାର କମିବା ସହ ୫ ଜିଲ୍ଲାରେ ୫% ତଳେ ରହିଛି ସଂକ୍ରମଣ । ଆଗକୁ ପଜିଟିଭିଟି ଆହୁରି କମିବା ନେଇ ଆମେ ଆଶା କରୁଛୁ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ରାଜ୍ୟରେ କ୍ରିଟିକାଲ ରୋଗୀଙ୍କ ସଂଖ୍ୟା ମଧ୍ୟ କମି ୭୨ ପ୍ରତିଶତରେ ପହଂଚିଛି । ବର୍ତମାନ ସୁଦ୍ଧା ଆମ ରାଜ୍ୟ ୧୮ଟି ରାଜ୍ୟକୁ ୨୫ ହଜାର ଟନ୍ ଅକ୍ସିଜେନ୍ ଯୋଗାଇସାରିଛି । ଡିଆରଡିଓ ପ୍ରସ୍ତୁତ କରିଥିବା କରୋନା ଔଷଧ ୨ଡିଜି ର ୫ ହଜାର ପ୍ୟାକେଟ୍ ଅର୍ଡର ଦିଅ।।ଯାଇଛି । ଜୁନ୍ ୭ରୁ ୧୦ ତାରିଖ ମଧ୍ୟରେ ଏହା ଓଡିଶାରେ ପହଂଚିବ ।

Leave A Reply

Your email address will not be published.