ମାତିଛନ୍ତି ସାଇବର ଠକ

567

ମାତ୍ର କିଛି ସେକେଣ୍ଡରେ ହୋଇଯାଉଛି ଟଙ୍କା ଗାଏବ

-ବିନା କ୍ଲିକ୍‌ରେ ୭୧ ହଜାର ଚାଲିଗଲା

-ଲିଙ୍କ୍ ଖୋଲୁ ଖୋଲୁ ଖାଲି ହୋଇଗଲା ୫୩ ହଜାର

ଭୁବନେଶ୍ୱର: କାହାକୁ ଓଟିପି ଦେଇନାହାନ୍ତି କି କୌଣସି ଲିଙ୍କରେ କ୍ଲିକ କରି ନାହାନ୍ତି । ଏହା ପରେ ମଧ୍ୟ ଆଖି ପିଛୁଳାକେ ଆକାଉଣ୍ଟ ଖାଲି କରିଦେଉଛନ୍ତି ସାଇବର ଠକ । ୭୧ ହଜାର ଟଙ୍କା ଠକେଇର ଶିକାର ହେଲେ ଭୁବନେଶ୍ୱରର ମନୋଜ ବାଡ଼ତ୍ୟା । ନଭେମ୍ବର ୧୧ ଭୋର ୩ଟାରୁ ୪ଟା ଭିତରେ ମନୋଜଙ୍କ ୨ଟି ବ୍ୟାଙ୍କ କ୍ରେଡିଟ୍ କାର୍ଡରୁ ହୋଇଛି ୭୧ ହଜାର ଟଙ୍କାର ଏକାଧିକ ବେନାମୀ ସପିଂ । ଏସମସ୍ତ ଟ୍ରାଞ୍ଜାକ୍ସନ ଆମାଜନ ପେ’ ଇଣ୍ଡିଆ ସହିତ ହୋଇଥିବା ଜଣାପଡ଼ିଛି । ମନୋଜଙ୍କ କହିବା ଅନୁସାରେ ପୂର୍ବରୁ ଆମାଜନରୁ ସପିଂ କରିବା ପାଇଁ କ୍ରେଡିଟ୍ କାର୍ଡ ବ୍ୟବହାର କରିଥିବାରୁ, ସେତେବେଳେ କିଛି ଗଡ଼ବଡ଼ ହୋଇଥିବା ସେ ଆଶଙ୍କା କରୁଛନ୍ତି । ସାଇବର ଠକ୍ଙ୍କ ଜାଲରେ କେବଳ ମନୋଜ ପଡ଼ି ନାହାନ୍ତି । ଭୁବନେଶ୍ୱର ଖାରବେଳନଗର ଅଞ୍ଚଳର ରାମଚନ୍ଦ୍ର ପୃଷ୍ଟି ମଧ୍ୟ ଠକାମିରେ ଶିକାର ହୋଇଛନ୍ତି । ଭୁବନେଶ୍ୱରର ରାମଚନ୍ଦ୍ର ପୃଷ୍ଟି ନାମକ ଜଣେ ବ୍ୟକ୍ତିଙ୍କୁ ଆସିଥିଲା ଏକ ଫୋନ କଲ । ଫୋନ ରିସିଭ କରିବା ପୂର୍ବରୁ ଟ୍ରୁ କଲରରେ ରାମଚନ୍ଦ୍ର କିଏ ଫୋନ କରିଛି ଜାଣିବାକୁ ଚାହିଁଥିଲେ । ନାମ ଦେଖାଇଥିଲା ଗୁଗୁଲ ପେ କଷ୍ଟମର କେୟାର । ରାମଚନ୍ଦ୍ର ଫୋନ ଉଠାଇବା ପରେ ଫୋନ କରିଥିବା ବ୍ୟକ୍ତି ଜଣଙ୍କ କହିଥିଲେ ଯେ ଆପଣଙ୍କୁ ୪ ହଜାର ଟଙ୍କାର ରିୱାର୍ଡ ପଏଣ୍ଟ ମିଳିଛି । ତେବେ ଏଥିପାଇଁ ଏକ ଲିଙ୍କକୁ କ୍ଲିକ କରିବାକୁ ପଡିବ । ରାମଚନ୍ଦ୍ର ଫୋନ କରିଥିବା ବ୍ୟକ୍ତିଙ୍କ ନିର୍ଦ୍ଦେଶ ଅନୁସାରେ ଗୁଗୁଲ ପେକୁ ଯାଇ ଏକ ନିର୍ଦ୍ଦିଷ୍ଟ ଲିଙ୍କ ଉପରେ କ୍ଲିକ କରିଥିଲେ । ଚାହୁଁ ଚାହୁଁ ହଠାତ ଫୋନ ହ୍ୟାଙ୍ଗ ହୋଇଯାଇଥିଲା ଏବଂ ଗୁଗୁଲ ପେ ସହିତ ଲିଙ୍କ ଥିବା ୩ଟି ଆକାଉଣ୍ଟରୁ କଟିଯାଇଥିଲା ୫୩ ହଜାର ଟଙ୍କା । ତା’ପରେ ରାମଚନ୍ଦ୍ର ଜାଣିପାରିଥିଲେ ଯେ ତାଙ୍କ ସହିତ ଠକେଇ ହୋଇଛି । ଏ ନେଇ ସେ ସାଇବର ଥାନାରେ ଅଭିଯୋଗ କରିଛନ୍ତି ।କେନ୍ଦ୍ର ଗୃହ ମବାଳୟର ତଥ୍ୟ କହୁଛି, ଗତବର୍ଷ ଦେଶରେ କୋଲକତାରୁ ସର୍ବାଧିକ ୧୫ କୋଟି ଟଙ୍କା ସାଇବର ଠକେଇ ହୋଇଥିବା ବେଳେ, ଓଡିଶାରେ ୬୨ ଲକ୍ଷରୁ ଅଧିକ ଟଙ୍କା ଗାଏବ ହୋଇଛି । ଏଭଳି ଅପରାଧ ରୋକିବାକୁ ମବାଳୟ ପକ୍ଷରୁ ସାଇବର ସେଫ୍ ପୋର୍ଟାଲ୍ ତିଆରି କରାଯାଇ,ସେଥିରେ ଦେଶର ସବୁ ବ୍ୟାଙ୍କ,ଫୋନ ସେବା ପ୍ରଦାନକାରୀ ସଂସ୍ଥା ଓ ସୁରକ୍ଷା ସଂସ୍ଥାକୁ ଯୋଡ଼ାଯାଇଛି । ଏହାଦ୍ୱାରା ଠକେଇ ଲିଙ୍କର ୨୫ ହଜାର ମୋବାଇଲ୍ ନମ୍ବର ବ୍ୟାନ କରଯାଇଛି ।

Leave A Reply

Your email address will not be published.