ମାଲକାନଗିରି: ମାଲକାନଗିରି ଦୁର୍ନୀତି ନିବାରଣ ବିଭାଗ ତରଫରୁ ସିଡିଏମଓ କାର୍ଯ୍ୟାଳୟରେ ଚଢାଉ କରାଯାଇ ଏନଆରଏଚଏମର ଡିପିଏମ ସୁଦିପ କେଶ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ଘଟଣା ଅନୁଯାୟୀ ଏନଆରଏଚଏମର କନିଷ୍ଠ ଯନ୍ତ୍ରୀ ନବଘନ ଖିଲ କୌଣସି ଏକ କାମର ବିଲ କରିବା ପାଇଁ ତିପିଏମଙ୍କ ନିକଟକୁ ଯାଇଥିଲେ । ତେବେ ଡିପିଏମ ସୁଦିପ କେଶ ବିଲ ପାସ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ନବଘନ ଖିଲ ଏନେଇ ମାଲକାନଗିରି ଦୁର୍ନୀତି ନିବାରଣ ବିଭାଗ ନିକଟରେ ହାଜର ହୋଇ କେଶ ଦାୟର କରିବା ପରେ ଆଜି ଦୁର୍ନୀତି ନିବାରଣ ବିଭାଗର ଡିଏସପି ସୁଶାନ୍ତ କୁମାର ବିଶ୍ୱାଳଙ୍କ ନେତୃତ୍ବରେ ଏକ ଟିମ ସଂଧ୍ୟାରେ ଡିପିଏମଙ୍କ କାର୍ଯ୍ୟାଳୟରେ ଚଢାଉ କରିଥିଲେ।ଡିପିଏମ ସୁଦିପ କନିଷ୍ଠ ଯନ୍ତ୍ରୀ ନବଘନଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ ହାତରେ ଧରାପଡିଥିଲୋ ଡିପିଏମ ସୁଦିପଙ୍କୁ ଗିରଫ କରାଯିବା ସହ ପଚରାଉଚରା କରାଯାଉଛି । ବର୍ତ୍ତମାନ ତଦନ୍ତ ଚାଲିଥିବାରୁ ସବିଶେଷ ବିବରଣୀ ମିଳିପାରି ନାହିଁ ତଦନ୍ତ ପରେ ହିଁ ଡିପିଏମଙ୍କର କେତେ ସମ୍ପତ୍ତି ରହିଛି ଜଣାପଡିବ ବୋଲି ଭିଜିଲାନସ ବିଭାଗ ପକ୍ଷରୁ କୁହାଯାଇଛି ।
Sign in
Sign in
Recover your password.
A password will be e-mailed to you.