ମାହାଙ୍ଗା ଡବଲ ମର୍ଡରର ଡେମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ, ୪ ଗିରଫ

141

କଟକ: ମାହାଙ୍ଗା ଡବଲ ମର୍ଡର ମାମଲା । ମୁଖ୍ୟ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ତଦନ୍ତ ଚଳାଇଛି ପୋଲିସ । କେମିତି ଓ କେଉଁ ପରିସ୍ଥିତିରେ ହତ୍ୟାକାଣ୍ଡ ଘଟିଲା ସେନେଇ ଅଧିକ ତଥ୍ୟ ଦେଉଛି ଅଭିଯୁକ୍ତ । ହତ୍ୟାଘଟଣାର ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀଙ୍କ ସମେତ ଅରବିନ୍ଦ ଖଟୁଆ, କ୍ଷୀତିଶ ଆଚାର୍ଯ୍ୟ ଓ ଲଲିତ ମୋହନ ବରାଳଙ୍କୁ ଗିରଫ କରିଛି କଟକ ଗ୍ରାମାଞ୍ଚଳ ପୁଲିସର ପ‌ାଞ୍ଚ ଜଣିଆ ଟିମ୍ ‌। ଏହି ହତ୍ୟାକାଣ୍ତରେ ଆଉ କେଉଁ ମାନେ ସମ୍ପୃକ୍ତ ରହିଛନ୍ତି ତାହାର ତଦନ୍ତ ଜାରି ରହିଥିବା ଗ୍ରାମାଞ୍ଚଳ ଏସ୍‌ପି ବି. ଯୁଗଳ କିଶୋର ସୂଚନା ଦେଇଛନ୍ତି। ଏଥିସହ କେମିତି ହତ୍ୟା କରାଯାଇଥିଲା ତାହାର ଡେମୋ ଦେଖାଇଛନ୍ତି ଅପରାଧୀ । ହତ୍ୟାକାଣ୍ତସ୍ଥଳରେ ସ୍କ୍ରିନ୍‌ ରିକ୍ରିଏସନ୍‌ କରାଯାଇଥିବା ବ‌େଳେ ଘଟଣାସ୍ଥଳରୁ ବଡ଼ ଖଣ୍ତା ଜବତ କରିଛି ପୁଲିସ ।

କଟକ ଗ୍ରାମାଞ୍ଚଳ ଏସ୍‌ପି ବି. ଯୁଗଳ କିଶୋର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମୁଖ୍ୟ ଅଭିଯୁକ୍ତ ସହ ୪ ଜଣଙ୍କୁ ଗିରଫ କରାଯାଇଛି। ଏହାଛଡ଼ା ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି । ସୋମବାର ରାତିରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସର ଚଢାଉ ଜାରି ରହିଛି । ମାହାଙ୍ଗା ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ସେମାନଙ୍କ ସମ୍ପର୍କୀୟ ଅଭିଯୋଗ କରିଥିଲେ । ପରିବାର ପକ୍ଷରୁ ୧୨ଜଣଙ୍କ ନାଁରେ ଏତଲା ଦିଆଯାଇଛି । କଟକ ଗ୍ରାମାଞ୍ଚଳ ଏସ୍‌ପିଙ୍କ ନେତୃତ୍ୱରେ ୫ଟି ଟିମ୍ ଘଟଣାର ତଦନ୍ତ କରୁଛି । ହତ୍ୟାକାଣ୍ଡର କାରଣ ଓ ତଦନ୍ତର ଅଗ୍ରଗତି ସଂପର୍କରେ ପ୍ରେସ୍‌ମିଟ୍‌ରେ ସବିଶେଷ ସୂଚନା ଦିଆଯିବ ବୋଲି କଟକ ଗ୍ରାମାଞ୍ଚଳ ଏସପି କହିଛନ୍ତି ।

ଗତ ୨ତାରିଖ ରାତିରେ କୁଳମଣି ଓ ଦିବ୍ୟସିଂହ ବାଇକ୍‌ରେ ଜଙ୍କୋଟି ଗାଁରୁ ମୃତାଙ୍ଗ ଫେରୁଥିବା ବେଳେ ୧୦- ୧୨ଜଣ ଦୁର୍ବୃତ୍ତ ସେମାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥଲେ । କୁଳମଣି ଘଟଣାସ୍ଥଲରେ ଓ ଦିବ୍ୟସିଂହ କଟକ ବଡ଼ ମେଡିକାଲରେ ପ୍ରାଣ ହରାଇଥିଲେ । ତେବେ ରାଜନୈତିକ ଶତ୍ରୁତାରୁ ଏହି ହତ୍ୟାକାଣ୍ତ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି । ହତ୍ୟାକାଣ୍ତର ତଦନ୍ତ ପାଇଁ କଟକ ଗ୍ରାମାଞ୍ଚଳ ପୁଲିସ ଦ୍ବାରା ୫ ଜଣିଆ ଟିମ୍‌ ଗଠନ କରାଯାଇଥିଲା। ତେବେ ଗତକାଲି ବିଳମ୍ବିତ ରାତିରେ ପାଞ୍ଚ ଜଣିଆ ଗଠିତ ଟିମ୍ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ବିିଭିନ୍ନ ଅଞ୍ଚଳରୁ ଧରି ଅଟକ ରଖି ଅଲଗା ଅଲଗା ଜେରା କରିଥିଲେ।

Leave A Reply

Your email address will not be published.