ବିପର୍ଯ୍ୟସ୍ତ ରାସ୍ତା, ସମସ୍ୟାରେ ଗ୍ରାମବାସୀ

166

ମାଲକାନଗିରି : ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତ୍ୟକ ଗାଁକୁ ବିଭିନ୍ନ ଯୋଜନା ମାଧ୍ୟମରେ ପକ୍କା ସଡକ ନିର୍ମାଣ କରୁଛନ୍ତି । ଯୋଜନା ପରେ ଯୋଜନା ହେଉଥିଲେ ସୁଦ୍ଧା ପ୍ରଶାସନିକ ଅବହେଳା ତଥା ବିଭାଗୀୟ ଅଧିକାରୀଙ୍କ ମନ ମୁଖି କାର୍ଯ୍ୟ ପାଇଁ ଅନେକ ଯୋଜନା ଗୁଡିକ କାଗଜ କଲମରେ ସୀମିତ ରହିଯାଉଛି । ଯାହା ଫଳରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ମାଲକାନଗିରି ଭଳି ଆଦିବାସୀ ବହୁଳ ଜିଲ୍ଲାର ଅନେକ ଗ୍ରାମବାସି । ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ କବରକୁଣ୍ଡ ଗ୍ରାମରେ ।

କବରକୁଣ୍ଡ ଗ୍ରାମରେ ୩୦ରୁ ଅଧିକ ପରିବାର ବସବାସ କରୁଛନ୍ତି । ଗ୍ରାମରୁ ବାହାରକୁ ଯିବା ପାଇଁ ହେଲେ କେବଳ ଗୋଟିଏ ମାତ୍ର ରାସ୍ତା ଅଛି । ଯାହାକି ପଞ୍ଚାୟତ ଓ ବିଭିନ୍ନ ସ୍ଥାନକୁ ସଂଯୋଗ କରୁଛି । କିନ୍ତୁ, ବର୍ତ୍ତମାନ ସେହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ଯାହାଫଳରେ ସେହି ରାସ୍ତା ଦେଇ ପ୍ରତ୍ୟେହ ସେହି ଗ୍ରାମର ଛାତ୍ର ଛାତ୍ରୀ ମାନେ ସ୍କୁଲ ଯିବା ସହ ଗ୍ରାମବାସୀ ମାନେ ନିଜ କାମ ପାଇଁ ଯାଉଥିବା ବେଳେ ନାନା ସମସ୍ୟାର ସାମ୍ନା କରିବାକୁ ପଡୁଛି । ସେହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବା ସହ ରାସ୍ତାଟି ମରାମତି ହେଉନଥିବାରୁ ରାସ୍ତାରେ ବିରାଟ ଗର୍ତ୍ତ ମାନ ସୃଷ୍ଟି ହେବା ସହ ଖାଲ ଖମା ରାସ୍ତାରେ ମୋଟର ସାଇକେଲ କିମ୍ବା ସାଇକେଲରେ ଯିବା ବେଳେ ଲୋକେ ଦୁର୍ଘଟଣାର ଶିକାର ହେଉଥିବା ଦେଖିବାକୁ ମିଳିଛି । ଏଥିସହ ଏହି ରାସ୍ତାରେ ଆମ୍ବୁଲାନ୍ସ ଆସିବା ମଧ୍ୟ ଅନେକ ସମୟରେ ଅସମ୍ଭବ ହେଉଛି । ବର୍ଷା ଦିନ ହେଲେ ରାସ୍ତାରେ ଚାଲି ଚାଲି ଯିବା ମଧ୍ୟ କଷ୍ଟକର ହୋଇପଡ଼ୁଥିବା ବେଳେ ଗ୍ରାମବାସୀ ସ୍ଥାନୀୟ ଅଧିକାରୀ ଓ ପ୍ରଶାସନ ନିକଟରେ ରାସ୍ତା ମରାମତି ପାଇଁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.