ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଡାକ୍ତରଖାନା ପାଇଁ ଅକ୍ସିଜେନ କନ୍ସେଟ୍ରେଟର ବଣ୍ଟନ

167

ମାହାଙ୍ଗା : ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ କରୋନା ରୋଗୀଙ୍କ ଚିକିତ୍ସା ସେବା କ୍ଷେତ୍ରରେ ସହଯୋଗ କରିବା ନିମନ୍ତେ ପଂଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ନିଶ୍ଚିନ୍ତକୋଇଲି ଓ ମାହାଙ୍ଗା ବ୍ଲକର ଗୋଟିଏ କୋଭିଡ ଚିକିତ୍ସା କେନ୍ଦ୍ର ସମେତ ୧୦ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ଅମ୍ଳଜାନ ନିୟନ୍ତ୍ରଣ କରିବା ପାଇଁ କନ୍ସେଟ୍ରେଟର ମେସିନ ପ୍ରଦାନ କରାଯାଇଛି ।

ଏହି ଅବସରରେ କୁଆଁପାଳ ଅଳିଯୋଡ଼ା ସ୍ଥିତ ମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ପରିସରରେ ମାହାଙ୍ଗା ଓ ନିଶ୍ଚନ୍ତକୋଇଲି ଭାରପ୍ରାପ୍ତ ଚିକିତ୍ସା ଅଧିକ୍ଷକ ଉପସ୍ଥିତ ରହି ଏହି ଅମ୍ଳଜାନ ନିଅନ୍ତ୍ରଣ ଓ ଯୋଗାଣ ଯନ୍ତ୍ର ମନ୍ତ୍ରୀ ଜେନାଙ୍କ ଠାରୁ ଗ୍ରହଣ କରିଥିଲେ । ବିଶେଷ କରି କୋଭିଡ ମହାମାରୀ ସମୟରେ କୋଭିଡ୍ ରୋଗୀମାନେ ଅମ୍ଳଜାନ ଅଭାବ ହେଲେ ଏହା ରୋଗୀଙ୍କୁ ଅମ୍ଳଜାନ ଯୋଗାଇ ପାରିବ । ମନ୍ତ୍ରୀଙ୍କ ଏଭଳି ମହତ ପଦକ୍ଷେପକୁ ସାରା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଜନସାଧାରଣ ଓ ସ୍ବାମୀ ଚିଦାନନ୍ଦ ମେଡିକାଲ କଲେଜର ଡାକ୍ତରମାନେ ବେଶ୍ ପ୍ରଶଂସା କରିବା ସହ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.