ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଅବସରରେ ଚାରା ବଣ୍ଟନ

173

ପୁରୀ : ବିଶ୍ୱମ୍ଭର ବିଦ୍ୟାପୀଠର ଛାତ୍ରଛାତ୍ରୀ ମାନଙ୍କୁ ପରିବେଶ ଏବଂ ତା ସମ୍ପର୍କିତ ସମସ୍ୟା ସମ୍ବନ୍ଧରେ ସଚେତନ କରାଇବା, ପରିବେଶ ଶିକ୍ଷା ପାଇଁ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଯୋଗାଇବା, ନିଜର ସମାଜକୁ ପ୍ରଭାବିତ କରୁଥିବା ପରିବେଶୀୟ ସମସ୍ୟା ଗୁଡିକର ପ୍ରତ୍ୟେକ୍ଷ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଆଣିବା ଏବଂ ସେସବୁର ସମାଧାନ ଖୋଜିବା ପାଇଁ ତାଙ୍କୁ ଉତ୍ସାହିତ କରିବା ତଥା ନିଜ ଚାରିପାଖର ପରିବେଶ ସମ୍ପର୍କିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କୁ ସକ୍ରିୟ ଭାବରେ ଯୋଡିବା ଲକ୍ଷ୍ୟରେ ବିଶ୍ୱମ୍ଭର ବିଦ୍ୟାପୀଠର ଜାତୀୟ ସବୁଜ ବାହିନୀ (ଇକୋ କ୍ଲବ)ର ମିଳିତ ଆନୁକୂଲ୍ୟରେ ଆଜି ବିଦ୍ୟାଳୟ ନବମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଖୋଲିବା ଦିନ ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଚାରା ବଣ୍ଟନ କରାଯାଇଥିଲା । ଛାତ୍ରଛାତ୍ରୀମାନେ ନିଜ ଘରେ ଚାରାର ଉପଯୁକ୍ତ ଯତ୍ନ ନେବେ ଏବଂ ସମୟାନୁସାରେ ଚାରାର ଅଭିବୃଦ୍ଧି ସମ୍ବନ୍ଧରେ ଫୋଟୋ ପଠାଉଥିବେ । ପର୍ଯ୍ୟାୟ କ୍ରମେ ପର୍ଯ୍ୟବେକ୍ଷଣ କରାଯାଇ ଉପଯୁକ୍ତ ଯତ୍ନ ନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଚୟନ କରି ପୁରସ୍କୃତ କରାଯିବ ବୋଲି ସବୁଜ ବାହିନୀର କର୍ମକର୍ତ୍ତା ମାନେ କହିଛନ୍ତି ।

Leave A Reply

Your email address will not be published.