ଆସନ୍ତାକାଲି ଭିତରକନିକା ଅଞ୍ଚଳରେ ୯ଟି ଗ୍ରୁପ୍‌ କରିବେ ଡଲଫିନ୍‌ ଗଣନା

135

ପଟ୍ଟାମୁଣ୍ଡାଇ: ବିଶ୍ୱପ୍ରସିଦ୍ଧ ଭିତରକନିକା ଅଞ୍ଚଳରେ ଡଲ୍‌ଫିନ୍‌ ଗଣନା କରାଯିବ । ଧାମରା ମୁହାଣଠାରୁ ଦେବୀ ମୁହାଣ ଯାଏ ସମୁଦ୍ର ଓ ଭିତରକନିକା ମଧ୍ୟରେ ଥିବା କ୍ରିକ୍‌ ଓ ନଦୀରେ ଆସନ୍ତାକାଲି ଗଣନା କରାଯିବ ବୋଲି ରାଜନଗର ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ କେବଳ ଚିଲିକାରେ ଡଲ୍‌ଫିନ୍‌ ଗଣନା କରାଯାଉଥିଲା । ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ନିଷ୍ପତି କ୍ରମେ ୫ ବର୍ଷ ହେଲା ଭିତରକନିକା ଅଞ୍ଚଳରେ ଡଲ୍‌ଫିନ୍‌ ଗଣନା କରାଯାଉଛି । ଭିତରକନିକା ଅଞ୍ଚଳରେ ଡଲ୍‌ଫିନ୍‌ ଗଣନା ପାଇଁ ୯ଟି ଟିମ୍‌ ଗଠନ କରାଯାଇଛି । ଆଉଟର ହୁଇଲର୍‌ରୁ ଚିଞ୍ଚତ୍ରି ମାଉଥ୍‌, ବରୁଣେଇରୁ ପାରାଦୀପ, ହଂସିଣା ବ୍ରିଜ୍‌ରୁ ମାଇପୁରା ମାଉଥ୍‌, ରାଜନଗର ହଂସୁଆ ନଦୀରୁ ଖୋଳା, ଖୋଳାରୁ ଧାମରା ମାଉଥ ଭାୟା ନଳିତାପାଟିଆ, କାଳିଭଞ୍ଜଡିଆଁ, ଜମ୍ବୁ ଖରନାସିରୁ ହୁକିଟୋଲା, ପାରାଦୀପରୁ ଜଟାଧାର ମୁହାଣ ଓ ଦେବୀମୁହାଣରୁ ଜଟାଧାର ମୁହାଣ ଯାଏ ୯ଟି ଗ୍ରୁପରେ ବିଭକ୍ତ ହୋଇ ଡଲ୍‌ଫିନ୍‌ ଗଣନା କରାଯିବ । ଡଲଫିନ୍‌ ବିଶାରଦ ଡଃ. ମୁନ୍‌ତାଜ ଖଁ।ଙ୍କ ନେତୃତ୍ୱରେ ଏହି ଗଣନା କରାଯିବ । ପ୍ରତି ଗ୍ରୁପରେ ୩ ରୁ ୫ ଜଣ ଲେଖାଏଁ ଗଣନାକାରୀ ରହିବେ । ସମୁଦ୍ର ମଧ୍ୟରେ ୫ଟି ଟିମ୍‌ ଓ ନଦୀ, କ୍ରିକ୍‌ରେ ୪ଟି ଟିମ୍‌ ଡଲ୍‌ଫିନ୍‌ ମାନଙ୍କର ଗଣନା କରିବେ । ୧୬ ତାରିଖରେ ଡଲ୍‌ଫିନ୍‌ ଗଣନା ସମ୍ପର୍କରେ ତାଲିମ ଦିଆଯିବ । ୧୭ ତାରିଖରୁ ଗୋଟିଏ ଦିନ ୯ଟି ଗ୍ରୁପ ଏହି ଗଣନା କରିବେ ।

Leave A Reply

Your email address will not be published.