ମାତୃଭାଷାକୁ କାଳଜୟୀ କରିବାକୁ ଉଦ୍ୟମ କରିବା – ମୁଖ୍ୟମନ୍ତ୍ରୀ

143

ଭୁବନେଶ୍ବର:  ଆନ୍ତର୍ଜାତିକ ମାତୃଭାଷା ଦିବସରେ ମାତୃଭାଷାକୁ ମାତୃଭାଷାକୁ କାଳଜୟୀ କରିବା ଦିଗରେ ଆମର ଉଦ୍ୟମକୁ ଆହୁରି ଦୃଢ କରିବାକୁ ଆହ୍ବାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଶ୍ରୀ ପଟ୍ଟନାୟକ ଟ୍ବିଟ କରି କହିଛନ୍ତି ଯେ – ସଂସ୍କୃତି ଓ ଐତିହ୍ୟକୁ ସୁରକ୍ଷିତ ରଖିବା ସହ ଏହାର ବ୍ୟାପକ ପ୍ରସାରରେ ମାତୃଭାଷାର ବଳିଷ୍ଠ ଭୂମିକା ରହିଛି ।  ଆମ ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ଦିଗରେ ଅତୁଳନୀୟ ଅବଦାନ ଥିବା ମହାପୁରୁଷମାନଙ୍କୁ ଅନ୍ତର୍ଜାତୀୟ ମାତୃଭାଷା ଦିବସରେ ସ୍ମରଣ କରି ଆସନ୍ତୁ ମାତୃଭାଷାକୁ କାଳଜୟୀ କରିବା ଦିଗରେ ଆମର ଉଦ୍ୟମକୁ ଆହୁରି ଦୃଢ କରିବା।

Leave A Reply

Your email address will not be published.