ଇଡିରେ ହାଜର ହେଲେ ଅଭୟକାନ୍ତ ପାଠକ

166

ଭୁବନେଶ୍ୱର : ପୁଣିଥରେ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି ପୂର୍ବତନ ଆଇଏଫ୍ଏସ୍ ଅଧିକାରୀ ଅଭୟକାନ୍ତ ପାଠକ । ଟାଟା କମ୍ପାନୀରେ ଚାକିରୀ ଦେବା ନାଁରେ ଠକେଇ ଓ ଆୟ ବହିର୍ଭୁତ ସଂପତି ଠୁଳ ମାମଲାରେ ସେ ହାଜର ହୋଇଛଥିବା ଜଣାପଡିଛି । ଅଭୟକାନ୍ତଙ୍କ ପୁଅ ଆକାଶ ପାଠକକଙ୍କୁ ଇଡି ଜେରା କରିଥିଲା । ଆକାଶଙ୍କଠାରୁ ମିଳିଥିବା ସୂଚନା ଆଧାରରେ ଅଭୟଙ୍କୁ ଡକାଯାଇଥିବା କୁହାଯାଉଛି ।

୯.୩ କୋଟି ଟଙ୍କାର ଆୟ ବହିର୍ଭୁତ ସଂପତି ଠୁଳ କରିଥିବା ଅଭିଯୋଗରେ ଗତବର୍ଷ ନଭେମ୍ବର ୨୭ ତାରିଖରେ ଅଭୟ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଥିଲା । ଗତ ଜୁନ୍ ମାସରେ ଅଭୟକାନ୍ତ ଜାମିନରେ ମୁକୁଳିଥିଲେ ।

Leave A Reply

Your email address will not be published.