ନିୟମ ଗିରିରେ ବିଜୁପକ୍କା ଘର ଓ ଇନ୍ଦିରା ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି, ବିଡ଼ିଓଙ୍କୁ ଙ୍ଘେରିଲେ ଡଙ୍ଗରିଆ

196

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତରେ ବିଜୁପକ୍କା ଘର ଓ ଇନ୍ଦିରା ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଆଜି ନିୟମଗିରି ବାସି ବିଡ଼ିଓ ସୁଧାକର ଚଇତିଙ୍କୁ ଘେରିଥିବା ଦେଖିବାକୁ ମିଳିଛି । ନିୟମଗିରି ପାହାଡରେ ଥିବା ଡଙ୍ଗରିଆ ଗାଁ ଚାଟିକଣା, କୁର୍ସିମୁହି ଓ ତାଡ ମୁହିଁରେ ୨୦୨୦-୨୧ ଆର୍ଥିକ ବର୍ଷରେ ବିଜୁପକ୍କା ଘର ଓ ଇନ୍ଦିରା ଆବାସ ଯୋଜନାରେ କାର୍ଯ୍ୟାଦେଶ ଓ ଘର ନଦେଇ ସେମାନଙ୍କ ଘରେ ଏକ ସୂଚନା ଫଳକ ଲଗାଇ ଦେଇଛନ୍ତି । ଏହି ସୂଚନା ଫଳକରେ ହିତାଧିକାରୀଙ୍କ ନାମ,ଆର୍ଥିକବର୍ଷ ଉଲ୍ଲେଖ କରିଥିବା ବେଳେ ଅଟକଳ ମୂଲ୍ୟ ଲେଖା ଯାଇନାହିଁ କାହିଁକି ବୋଲି ତିନି ଖଣ୍ଡ ଗାଁର ପ୍ରାୟ ୧୦୦ରୁ ଉର୍ଦ୍ଧ ଡଙ୍ଗରିଆ ମହିଳାପୁରୁଷ ଲୋକେ ଆସି ବିଡ଼ିଓଙ୍କୁ ଘେରି ପଚାରିଥିଲେ । ଏହି ସୂଚନା ଫଳକକୁ ପଞ୍ଚାୟତର କିଛି କର୍ମଚାରୀ ନେଇ ଲଗାଇଥିଲେ । ଏହି ସୂଚନା ଫଳକ ଲଗାଇବା ବେଳେ ହିତାଧିକାରୀ ମାନେ ମନା କରିବା ସତ୍ୱେ ଲଗାଇ ଚାଲିଯାଇଥିବା ଡଙ୍ଗରିଆ ମାନେ କହିଛନ୍ତି । ଆମକୁ୨୦୧୩-୧୪ ଓ ୨୦୧୫-୧୬ ଆର୍ଥିକବର୍ଷ ୭୫ ହଜାର ଟଙ୍କାରେ ଘର କରିବା ପାଇଁ କାର୍ଯ୍ୟାଦେଶ ଦେଇଥିଲେ । କିନ୍ତୁ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ତରଫରୁ ଟିଣ ଯୋଗାଇଥିବା ବେଳେ କିଛି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଜମା ଖାତାକୁ ଦେଇଥିଲେ । ବଳକା ଟଙ୍କା ଆଜି ପର୍ଯ୍ୟନ୍ତ ଦେଇନଥିବା ଡଙ୍ଗରିଆ ମାନେ କହିଛନ୍ତି ।

ବର୍ତ୍ତମାନ ଓଡିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଇନ୍ଦିରା ଆବାସ ବା ବିଜୁପକ୍କା ଯୋଜନାରେ ସାମିଲ ନକରି କିପରି ଫଳକ ଲଗାଯାଉଛନ୍ତି । ଯଦି ଡଙ୍ଗରିଆଙ୍କ ନାମରେ ଘର ଆସିଛି ତାହା ହେଲେ ନଦେଇ କିପରି ବାଟମାରଣା କରି ହିତାଧିକାରୀଙ୍କ ଘରେ ସୂଚନା ଫଳକ ଲଗାଯାଉଛି । ଚାଟିକଣା ଗାଁରେ ୧୪, କୁର୍ସିମୁହି ଗାଁରେ ୧୩ ପରିବାର ଥିବାବେଳେ ସେହି ଗାଁକୁ ୪୧ ଜଣ ଓ ତାଡମୁହିଁ ଗାଁରେ ୨୮ ପରିବାରଙ୍କ ଘରେ ସୂଚନା ଫଳକ ଲଗାଇବା ପାଇଁ ଆସିଥିବା ଡଙ୍ଗରିଆ କାଡ୍ର।କା ଆନ୍ଦରାନୀ, ୱେଙ୍ଗେସିକା ବଙ୍ଗାରୀ, କାଡ୍ରକା ଡ୍ରିକା, ୱେଙ୍ଗେସିକା ବାମୁଣୁ, କାଡ୍ରକା ଡ୍ରାମ୍ବେ, କାଡ୍ରକା ମାଗାଡା, କାଡ୍ରକା ସାଦ୍ରୀ, କାଡ୍ରକା ଗିଜୁରୁ, କାଡ୍ରକା ମାଝି ୱେନୀ, କାଡ୍ରକା ସାନି, କାଡ୍ରକା ପୁଲମେ, କାଡ୍ରକାବୁଦ୍ରୀ, ସୁନ୍ଦର ଭତ୍ରା ଓ ଅଭି ଭତ୍ରାଙ୍କ ଘରରେ ସୂଚନା ଫଳକ ଲଗାଯାଇଛି । କିନ୍ତୁ କାଡ୍ରକା ବୁଦ୍ରୀ ମୁତ୍ଯୁ ହୋଇଥିବା ବେଳେ ତାଙ୍କ ନାମରେ କିପରି ଆସିଛି ବୋଲି କହିଛନ୍ତି । ବିଡ଼ିଓଙ୍କୁ ଲିଖିତ ଦେବା ବେଳେ ପାର୍ଶ।ଲି ପଞ୍ଚାୟତର ଗ୍ରାମ୍ୟରୋଜଗାର ସେବକ ଓ ସରପଞ୍ଚ ବାମ କାଡ୍ର।କା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହା ପରେ ଡଙ୍ଗରିଆ ମାନେ ଜିଲ୍ଲାପାଳଙ୍କ ନିକଟକୁ ମଧ୍ୟ ଲିଖିତ ଦେବାପାଇଁ ଯାଇଛନ୍ତି । ଏ ସମ୍ପର୍କରେ ବିଡ଼ିଓ ସୁଧାକର ରଇତଙ୍କୁ ପଚାରିବାରୁ ସେ କହିଲେ ସୂଚନା ଫଳକ ଲଗାଇବା ଭୁଲ ହୋଇଛି, ଯେଉଁ ବର୍ଷରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯିବ ସେହି ବର୍ଷ ହିଁ ବୋଲି ଲେଖିବା କଥା । କିନ୍ତୁ ଏମାନେ ଭୁଲ ବଶତଃ ୨୦୨୦-୨୧ ବୋଲି ଲେଖିଛନ୍ତି ।ଏହାକୁ ପଞ୍ଚାୟତ ତରଫରୁ ମନିଟେରିଂ କରିବାକୁ କହିଥିବା ବେଳେ ସେହିମାନେ ଆସିନଥିଲେ । ବର୍ତ୍ତମାନ ମୋ ନିର୍ଦେଶରେ ତଦନ୍ତ କରି ସମାଧାନ କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.