ସେବା ସମବାୟ ସମିତିରେ ଅଗ୍ନିକାଣ୍ଡ, ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜଳି ପୋଡି ପାଉଁଶ ହୋଇଗଲା

166

ଅନୁଗୋଳ: ଟାଇଁସି ସେବା ସମବାୟ ସମିତିରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଜଳିପୋଡି ପାଉଁଶ ହୋଇଗଲା ଗୁରୁତ୍ବପୂର୍ଣ୍ଣ କାଗଜପତ୍ର । ଏପରି କି କମ୍ପ୍ୟୁଟର ଏବଂ ପ୍ରିଣ୍ଟର ମେସିନ ଜଳି ପୋଡି ପାଉଁଶ ହୋଇଯାଇଛି । ନିଆଁ କିପରି ଲାଗିଲା,ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ। ମିଳିଥିବା ସୂଚନା ମୁତାବକ, ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନାହିଁ । ଏପଟେ ସମବାୟ ସମିତିର ସବୁ ସରଞ୍ଜାମ ଜଳି ପାଉଁଶ ହୋଇଯାଇଛି । ବିଳମ୍ବିତ ରାତିରେ ସ୍ଥାନୀୟ ଲୋକମାନେ ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ସବୁ ପୋଡିଜଳି ପାଉଁଶ ହୋଇଯାଇଥିଲା । ଏ ସମ୍ପର୍କରେ ପୁରୁଣାକୋର୍ଟ ଥାନାରେ ସୋସାଇଟି ପକ୍ଷରୁ ଏକ ଲିଖିତ ଅଭିଯୋଗ ହୋଇଛି । ପୁରୁଣାକୋର୍ଟ ଥାନା ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । କିଏ ଏବଂ କାହିଁକି ନିଆଁ ଲଗାଇଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ତେବେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.