୬ ମାସରେ ଜୟପୁରରୁ ଉଡ଼ିବ ବିମାନ: ଜମି ଅଧିଗ୍ରହଣ ଖୁବ ଶୀଘ୍ର

156
ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ବିମାନ ବନ୍ଦରରୁ ବିମାନ ଉଡ଼ାଣ ନେଇ ପରିବହନ ସଚିବ ମଧୁସୂଦନ ପାଢ଼ୀଙ୍କ ନେତୃତ୍ୱରେ ବରିଷ୍ଠ ଅଧିକାରୀ ମାନେ ଆଜି ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ୬ ମାସ ପରେ ଜୟପୁର ବିମାନ ବନ୍ଦରରୁ ବିମାନ ଉଡ଼ାଣ ଆରମ୍ଭ ହେବ ଓ ସେ ନେଇ ଜମି ଅଧିଗ୍ରହଣ ପ୍ରକ୍ରିୟା ମଧ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ମିଳିଛି ।
ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ପରିବହନ ସଚିବ ଶ୍ରୀ ପାଢ଼ୀ କହିଛନ୍ତି ଯେ, ବିମାନ ବନ୍ଦର ସମ୍ପ୍ରସାରଣ କାର୍ଯ୍ୟ ଜାରୀ ରହିଛି ଏବଂ ଆଗକୁ ଏହାର କାର୍ଯ୍ୟ କିପରି କରାଯିବ ସେନେଇ ଆଲୋଚନା କରିବା ଓ ସ୍ଥିତି ପରଖିବା ପାଇଁ ଏହି ଗସ୍ତ ଥିଲା । ଏ ସଂକ୍ରାନ୍ତୀୟ ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରାଯିବ । ଜମି ଅଧିଗ୍ରହଣ ନେଇ କୌଣସି ସମସ୍ୟା ସଂକ୍ରାନ୍ତୀୟ ପ୍ରଶ୍ନର ଉତରରେ ସେ କହିଥିଲେ ଯେ, ଜମି ଅଧିଗ୍ରହଣ ନେଇ କୌଣସି ସମସ୍ୟା ନାହିଁ ।
ପରିବହନ ସଚିବ ଶ୍ରୀ ପାଢ଼ୀଙ୍କ ନେତୃତ୍ୱରେ ଏକ ଟିମ୍ ସ୍ୱତନ୍ତ୍ର ବିମାନ ଯୋଗେ ଜୟପୁରରେ ପୂର୍ବାହ୍ନ ସାଢ଼େ ୧୧ଟା ସମୟରେ ପହଂଚିଥିଲେ । ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ଓ ସ୍ଥିତି ଅନୁଧ୍ୟାନ ପରେ ଏହି ଟିମ୍ ଅପରାହ୍ନ ପ୍ରାୟ ୧ଟା ସମୟରେ ଭୁବନେଶ୍ୱର ଫେରିଛି ।
ପ୍ରକାଶ ଥାଉ କି, ଆସନ୍ତା ମାର୍ଚ୍ଚ ମାସରେ ଉଡ଼ାଣ ସ୍କିମ୍ ପାଇଁ ବିଡ୍ କରାଯିବ । ଆସନ୍ତା ୬ରୁ ୮ ମାସ ଅର୍ଥାତ୍ ଅକ୍ଟୋବର ମାସ ସୁଦ୍ଧା ଜୟପୁରରୁ ବିମାନ ଚଳାଚଳ କରିବ । ଟିମ୍ ର ଏହି ଗସ୍ତ ବେଳେ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
Leave A Reply

Your email address will not be published.