ରାଜ୍ୟରେ ଜଙ୍ଗଲ ନିଆଁ ଆୟତ : ଟାସ୍କ ଫୋର୍ସ

164

ଭୁବନେଶ୍ୱର: ରାଜ୍ୟର ବନାଗ୍ନି ସମସ୍ୟ ସମ୍ପୂର୍ଣ୍ଣ ଆୟତାଧିନ ଅଛି ବୋଲି ଫରେଷ୍ଟ ଫାୟାର ଟାସ୍କ ଫୋର୍ସ ପକ୍ଷରୁ ସୂଚନା ଦିଆଯାଇଛି । ଅପରପକ୍ଷରେ ରାଜ୍ୟକୁ ଆସିଥିବା କେନ୍ଦ୍ରୀୟ ଦଳ, ସେମାନଙ୍କର କ୍ଷେତ୍ର ପରିଦର୍ଶନ ସମାପ୍ତ କରିସାରିଛନ୍ତି । ଆଜି ସରକାରଙ୍କ ସହ ଏ ବାବଦରେ ଆଲୋଚନା କରିବେ ।

ରାଜ୍ୟରେ ସୃଷ୍ଟି ହୋଇଥିବା ବନାଗ୍ନିକୁ ଦମନ ଓ ପ୍ରଶମନ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ତୁରନ୍ତ ଆଭ୍ୟନ୍ତରିଣ ପଦକ୍ଷେପ ଯୋଗୁଁ ଏହି ସମସ୍ୟାକୁ ସମ୍ପୂର୍ଣ୍ଣ ରୂପେ ଆୟତାଧିନ କରାଯାଇ ପାରିଛି । ସ୍ଥାନୀୟ ଜନ ସାଧାରଣ, ବନ ସୁରକ୍ଷା ସମିତି ତଥା ସମ୍ପ୍ରଦାୟ ଗୁଡ଼ିକଙ୍କର ସଚେତନତା କାର୍ଯ୍ୟକ୍ରମ ସହ ସହଯୋଗ ଓ ସହାୟତା ନିମନ୍ତେ ନିଆଯାଉଥିବା ପଦକ୍ଷେପଗୁଡ଼ିକ ଜାରି ରହିଛି ।

ରାଜ୍ୟ ସରକାର ରାଜ୍ୟରେ ସୃଷ୍ଟି ହୋଇଥିବା ଅସାଧାରଣ ବନାଗ୍ନି ପରିସ୍ଥିତିକୁ ପ୍ରତିହତ କରିବା ନିମନ୍ତେ ସମ୍ପୂର୍ଣ୍ଣ ସଜାଗ ଏବଂ ପ୍ରସ୍ତୁତ ଅଛନ୍ତି ବୋଲି ଟାସ୍କ ଫୋର୍ସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.