ତରିତୋ ପଂଚାୟତ ପ୍ରାକ୍ତନ ସରପଞ୍ଚଙ୍କ ପରଲୋକ

141

ସାଲେପୁର : ସାଲେପୁର ବ୍ଲକ ଅନ୍ତର୍ଗତ ତରିତୋ ପଂଚାୟତର ପୂର୍ବତନ ସରପଞ୍ଚ, ଚିତ୍ରୋତ୍ପଳା ସାଇଫୋନ ସେତୁ ଆନ୍ଦୋଳନର ଅନ୍ୟତମ ସଦସ୍ୟ ପ୍ରସନ୍ନ କୁମାର ସ୍ୱାଇଁଙ୍କର ୮୧ ବର୍ଷ ବୟସରେ ବୁରୁଡ଼ା ବାସଭବନରେ ପରଲୋକ ହୋଇଯାଇଛି । ସେ ଜଣେ ମିଷ୍ଟଭାଷି, ଲୋକପ୍ରିୟ ଓ ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ସରପଞ୍ଚ ସୁଜାତା ପଣ୍ଡା, ପ୍ରାକ୍ତନ ସରପଞ୍ଚ ଧ୍ରୁବ ଚରଣ ମହାନ୍ତି, ସୁକାନ୍ତ ବେହେରା, ରତିକାନ୍ତ ସାହୁ, ସେକ ସଲାଉଦ୍ଦିନଖାଁ, ବସନ୍ତ ପ୍ରଧନ, ନବକିଶୋର ପ୍ରଧାନ, ୱାର୍ଡ ସଭ୍ୟ ଶାନ୍ତିଲତା ଭୋଇ, ସମାଜସେବୀ ତ୍ରୈଲୋକ୍ୟ ପଣ୍ଡାପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ପୁତୁରା ଅଶୋକ କୁମାର ସ୍ୱାଇଁ ମୁଖାଗ୍ନି ଦେଇଥିଲେ । ଅନ୍ତିମ ସଂସ୍କାର ସମୟରେ ସମସ୍ତ ପରିବାରବର୍ଗ ଓ ଆତ୍ମୀୟ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ବରିଷ୍ଠ ସାମ୍ୱାଦିକ ଅଭୟ ଜେନା ଓ ଅକ୍ଷୟ କୁମାର ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.