ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗଞ୍ଜେଇ ଚୋରା କାରବାରର ଭୂସ୍ୱର୍ଗ ପାଲଟିଛି । ପୁଣି ବେଆଇନ ଭାବେ ଚାଷ କରାଯାଇଥିବା ୧୨ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଚୋରା ଗଞ୍ଜେଇ ଗଛକୁ ପୋଡି ଦିଆଯାଇଛି । ଘଟଣାରୁ ପ୍ରକାଶ,ଗଜପତି ଜିଲ୍ଲାପାଳ ଅନୁପମ ସାହା ଓ ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ,ଅବକାରୀ,ବନ ଓ ରାଜସ୍ୱ ବିଭାଗର ମିଳିତ ଚଢାଉରେ ଗତକାଲି ପୁଣି ଏହି ଜିଲ୍ଲାର ଏକ ଦୁର୍ଗମ ଅଞ୍ଚଳରୁ ୧୨ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଗଞ୍ଜେଇ ଗଛକୁ ପୋଡାଯାଇଛି । ଏକ ସୂଚନାକୁ ଭିତ୍ତି କରି ଆର୍.ଉଦୟଗିରି ଥାନାଧିକାରୀଣୀ ମମତା ନାୟକଙ୍କ ନେତୃତ୍ୱରେ ପୋଲିସ, ଅବକାରୀ,ବନ ଓ ରାଜସ୍ୱ ବିଭାଗ କର୍ମଚାରୀମାନଙ୍କ ଚଢାଉରେ ନୂଆଗଡ ବ୍ଲକର ଅନୁଗୁରୁ ପଞ୍ଚାୟତର କଟାମା ଗ୍ରାମ ନିକଟରେ ଥିବା ଜଙ୍ଗଲରେ ପ୍ରାୟ ୬୨ ଏକରରୁ ଉଦ୍ଧ୍ୱର୍ ଜମିରେ ବେଆଇନ ଭାବେ ଲଗାଯାଇଥିବା ୧,୨୪,୦୦୦ ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଥିଲା । ଯାହାର ଆନୁମାନିକ ବଜାର ମୁଲ୍ୟ ୧୨ କୋଟି ଟଙ୍କାରୁ ଉଦ୍ଧ୍ୱର୍ ହେବ ବୋଲି ଜଣାପଡିଛି । ଏନେଇ ଆର୍.ଉଦୟଗିରି ଥାନାରେ ୧୨/୨୦ (କ)(ଆଇ) ରେ ମକଦ୍ଦମା ରୁଜୁ ହୋଇଛି । ନୂଆଗଡ ବିଡିଓ ଲାବନ୍ୟେନ୍ଦୁ ମହାନ୍ତି ଏହି ଚଢାଉରେ ମାଜିଷ୍ଟ୍ରେଟ ଭାବେ ଯୋଗ ଦେଇଥିଲେ । ଏହି ଚଢାଉରେ ଜଣେ ହେଲେ ଗିରଫ ହୋଇନଥିବା ସୂଚନା ମିଳିଛି ।
Sign in
Sign in
Recover your password.
A password will be e-mailed to you.