ଗେଲ୍ ଇଣ୍ଡିଆ ପକ୍ଷରୁ ଜଙ୍ଗଲ ଜମି ଓ ଚାଷ ଜମିରେ ପାଇପ୍ ବିଛାଯିବା କାର୍ଯ୍ୟକୁ ବିରୋଧ : ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟକୁ ଘେରାଉ କଲେ ଉତ୍ୟେକ୍ତ ଲୋକେ

150

ଅନୁଗୋଳ: ଗେଲ୍ ଇଣ୍ଡିଆ ପକ୍ଷରୁ ମନମୁଖୀ ଭାବେ ପାଇପ୍ ଲାଇନ୍ ବିଛାଯିବାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛେଣ୍ଡିପଦା ଅଂଚଳବାସୀ । ପ୍ରତିବାଦରେ ଆଜି ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି ଲୋକେ । ଗେଲ୍ ପକ୍ଷରୁ ଚାଷ ଜମି ଓ ଜଙ୍ଗଲ ଜମିରେ ମନମୁଖୀ ଭାବେ ପାଇପ୍ ଲାଇନ୍ ବିଛା ଯାଉଥିବା ଅଂଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଘଟଣାରେ ଗେଲ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଆନ୍ଦୋଳନକାରୀ । ନଚେତ୍ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.