କୋଟିପତିଙ୍କ କବଜାରେ ସରକାରୀ ଜମି-ଅଭିଯୋଗ

154

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ତହସିଲ ଅନ୍ତର୍ଗତ ରାମନଗର ମୈାଜାରେ ଥିବା ମୂଲ୍ୟବାନ୍ ସରକାରୀ ଜମିକୁ ସେଠାକାର ଜଣେ ପ୍ରଭାବଶାଳୀ କୋଟିପତି ନିଜ ନାମରେ ଓ ନିଜ ପତ୍ନୀଙ୍କ ନାମରେ କରାଇ ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ରାମନଗର ମୈାଜାରେ ଥିବା ଏହି ସରକାରୀ ଜମିକୁ ଗାଁର ପିଲାମାନେ ଦୀର୍ଘଦିନରୁ ଖେଳପଡିଆ ଭାବରେ ବ୍ୟବହାର କରି ଆସୁଥିଲେ । ଏହା ସହ ଗୋରୁଗାଈ ଚରିବା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟରେ ଗ୍ରାମବାସୀ ମାନେ ବ୍ୟବହାର କରି ଆସୁଥିଲେ । ମାତ୍ର ଏହି କୋଟିପତି ଜଣକ ଇଏନସି କେସ ନଂ-୪୦୧୯/୧୧-୧୨ରେ ନିଜକୁ ଭୂମିହୀନ ଦର୍ଶାଇ ତହସିଲ କର୍ମଚାରୀଙ୍କ ସଲାସୁତରାରେ ଏହି ମୂଲ୍ୟବାନ ଜମିକୁ ନିଜ ନାମରେ କରି ନେଇଥିବା ରାମନଗର ଗ୍ରାମର ରବିନ୍ଦ୍ର ସରକାର, ଅଜୟ ଘୋଷ, ଗୋପାଳ ମଣ୍ଡଳ, ପ୍ରସନ୍ନ କୁମାର ସେଠୀ, ସୁସିଲ ମାନା ପ୍ରମୁଖ ଉପ ଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.