ମାହାଙ୍ଗା: ମାହାଙ୍ଗା ବ୍ଲକ ଉମର ଠାରେ ଥିବା ପର୍ଯ୍ୟଟନ ସ୍ଥଳୀ ଶ୍ରୀ ଶ୍ରୀ ବଳଦେବଜୀଉ ଓ ହନୁମାନ ପୀଠଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଦି ଦିବସ ବ୍ୟାପୀ ହନୁମାନ ଜୟନ୍ତୀ, ଚାଳିଶା ପାଠ ଉତ୍ସବ ଓ ପଣା ସଂକ୍ରାନ୍ତି ଓଡ଼ିଆ ନବ ବର୍ଷ ଉତ୍ସବ କୋଭିଡ଼ କଟକଣା ମଧ୍ୟରେ ନିରାଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଗତକାଲି ସନ୍ଧ୍ୟାରେ ପୁରାଣ ପ୍ରସିଦ୍ଧ ନାହଙ୍ଗ ସ୍ଥିତ ତାଳ ପୋଖରୀଠାରୁ ଜଳ ଉତ୍ତୋଳନ କରାଯାଇ ମନ୍ଦିର ମଧ୍ୟରେ ଘଟସ୍ଥାପନ କରାଯାଇଥିଲା । ଆଜି ସକାଳୁ ମନ୍ଦିରରେ ବିଧି ପୂର୍ବକ ବିଗ୍ରହଙ୍କର ମାର୍ଜନା ଓ ପୂଜା ଉତ୍ସବ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପରିସରରେ ପୂଜା ମଣ୍ଡପ ନିକଟରେ ୧୦୮ ଚାଳିଶା ପଠନ କରାଯିବା ସହ ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହେଉଛି । ସନ୍ଧ୍ୟାରେ କୋଭିଡ଼ କଟକଣା ହେତୁ ମାତ୍ର ୧୦୮ ଟି ଦୀପ ପ୍ରଜ୍ଵଳନ କରାଯାଇ ଦୀପ ମହାଯଜ୍ଞ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମକୁ ବଳଦେବଜୀଉ ହନୁମାନ ଟ୍ରଷ୍ଟର କର୍ମକର୍ତ୍ତା ଶ୍ରୀ ହନୁମାନ୍ତ ଭକ୍ତ ମଣ୍ଡଳୀର ସଭ୍ୟ ସଭ୍ୟା ଏବଂ ସମାଜ ଦେବୀ ରତ୍ନାକର ସାହୁ ଓ ସ୍ତାନୀୟ ଜନସାଧାରଣଙ୍କ ସହଯୋଗରେ ଅନୁଷ୍ଠିତ ହେଉଅଛି ।
Sign in
Sign in
Recover your password.
A password will be e-mailed to you.