ଭାରତ ପାଇଁ ଗର୍ଭ ଓ ଖୁସିର ଦିନ: ୧ଲକ୍ଷ ୯୧ହଜାର ଲୋକ ନେଲେ ଟିକା

164

ନୂଆଦିଲ୍ଲୀ: ଭାରତ ଆଜି ଭ୍ୟାକ୍ସିନ୍ ନେଇଛି । ପ୍ରଥମ ଦିନରେ ଦେଶର ୩ ହଜାର ୩୫୧ଟି ଟିକାକରଣ କେନ୍ଦ୍ରରେ ୧ ଲକ୍ଷ ୯୧ ହଜାର ୧୮୧ଜଣ ଭାରତୀୟ ନେଇଛନ୍ତି କୋଭିଡ୍ ଟିକା । ବଡ଼ କଥା ହେଉଛି ସାମୂହିକ ଟିକାକରଣ ପରେ କାହାରିକୁ ବି ମେଡିକାଲରେ ଭର୍ତ୍ତି କରାଯାଇ ନାହିଁ । ଯାହାକି ଆଶ୍ୱସ୍ତିର ବିଷୟ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । କୋଭିଡ୍ ଟିକାକରଣ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ୩ ଲକ୍ଷ ଲୋକଙ୍କୁ ଭ୍ୟାକ୍ସିନ୍ ଦେବା ନେଇ ଲକ୍ଷ୍ୟ ରଖାଯାଇଥିଲା । ଯାହା ପୂରଣ ହୋଇପାରି ନାହିଁ । ଅର୍ଥାତ ପ୍ରଥମ ଦିନରେ ଟାର୍ଗେଟ୍ ପୂରଣ ହୋଇପାରିନାହିଁ । ପ୍ରଥମ ଦିନ ଟିକାକରଣ ଅଭିଯାନ ସଫଳ ହୋଇଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶନିବାର ସକାଳେ ପ୍ରଧାନମନ୍ତ୍ରୀ ମୋଦୀ ଜାତୀୟ ଟିକାକରଣ ଦିବସରେ କୋଭିଡ୍ ଟିକାକରଣର ଶୁଭାରମ୍ଭ କରିଥିଲେ । କୋଭିଡ୍ ବିରୋଧୀ ଲଢ଼େଇରେ ବୈଜ୍ଞାନିକ ଓ ଡକ୍ଟରଙ୍କ ନିଷ୍ଠାକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ । ସେ କହିଛନ୍ତି କୋଭିଡ୍ ବିରୋଧରେ ଗୋଟିଏ ବର୍ଷର ଲଢ଼େଇରେ ଆମେ ସଫଳତା ପାଇଛୁ । ବିଗତ ୩ରୁ ୪ ମାସର କରୋନା ସୁସ୍ଥ ଓ ମୃତ୍ୟୁ ସଂଖ୍ୟା ଦେଖିଲେ ଆମେ କୋଭିଡ୍ ବିରୋଧୀ ଯୁଦ୍ଧ ଜିତିଥିବା କୁହାଯିବ । ଦେଶବ୍ୟାପୀ ଟିକାକରଣ ପରେ ଆଜିର ଦିନକୁ ଜବରଦସ୍ତ ଆରାମର ଦିନ କହିଛନ୍ତି ହର୍ଷ ବର୍ଦ୍ଧନ । ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ କୋଭିଡ୍ ଟିକାକରଣ ଶୁଭାରମ୍ଭ କରିଥିଲେ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶ ରଣଦୀପ ଗୁଲେରିଆ ଏବଂ ନିତି ଆୟୋଗର ଭି.କେ ପାଉଲ କରୋନା ଟିକା ନେଇଥିଲେ । ଅନ୍ୟପଟେ ନିଜ ବାସଭବନରେ କୋଭିସିଲ୍ଡ ଟିକା ନେଇଛନ୍ତି ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦର ପୁନାୱାଲା ।ଆଜିର ଟିକାକରଣ କାର୍ଯ୍ୟକ୍ରମରେ ଦେଶବ୍ୟାପୀ ୧୬ ହଜାର ୭୫୫ ଜଣ ସ୍ୱାସ୍ଥ୍ୟକର୍ମୀ ସାମିଲ୍ ଥିଲେ ।

ଓଡ଼ିଶାର ୧୬୧ କେନ୍ଦ୍ରରେ ଟିକାକରଣ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ବୋଧନ ପରେ କରୋନାକୁ ନେଇ ରାଜ୍ୟରେ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ୧୧.୦୫ ମିନିଟ୍ରେ କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଟୀକା ଦିଆ ଯାଇଥିବା ବେଳେ ଦ୍ୱିତୀୟରେ ଡାକ୍ତରଖାନାର ନିର୍ଦେଶକ ଓ ଏହା ପରେ ଜଣେ ଡାକ୍ତରଙ୍କୁ ଟୀକା ଦିଆ ଯାଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ(ସ୍ୱାସ୍ଥ୍ୟ ବିଭାଗ) ପ୍ରଦୀପ୍ତ ମହାପାତ୍ର । ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ କରୋନା ବିରୁଦ୍ଧରେ ଲଢେଇ ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି । ଆଜି ରାଜ୍ୟରେ ୧୬୧ଟି କେନ୍ଦ୍ରରେ ୧୦୦ ଜଣ ଲେଖାଏ ୧୬୧୦୦ ଜଣଙ୍କୁ ଟୀକା ଦିଆ ଯିବା । ଆସନ୍ତା କାଲି ଟୀକାକରଣ କରା ଯିବ ନାହିଁ । ଆଗାମୀ ୨୫ ତାରିଖ ସୁଦ୍ଧା ୩.୨୮ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ ବୋଲି ଜଣାପଡ଼ିଛି । ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ ଟୀକା ଆସିବ । ହେଲେ ଏହି ଟୀକା କେବେ ଆସିବ ସେ ନେଇ କୌଣସି ସୂଚନା ଦିଆ ଯାଇ ନାହିଁ ବୋଲି ସେ କହିଛନ୍ତି ।

ବୈଜ୍ଞାନିକଙ୍କୁ ସାବାସୀ ଦେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶରେ ବହୁ ପ୍ରତୀକ୍ଷିତ କରୋନା ଟିକାକରଣର ଶୁଭାରମ୍ଭ କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଦେଶର ୩୬୦୦ଟି ଟିକାକରଣ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କରୋନା ଟିକା ବିକାଶରେ ଜଡିତ ଓ ଗବେଷଣାରତ ସମସ୍ତ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗୋଟିଏ ଟିକା ବିକଶିତ କରିବା ପାଇଁ ବହୁ ବର୍ଷ ଲାଗିଥାଏ । କିନ୍ତୁ ଆମ ବୈଜ୍ଞାନିକମାନେ ବହୁତ କମ୍ ସମୟରେ ମେଡ଼ ଇନ୍ ଇଣ୍ଡିଆ ଅଧୀନରେ ଦୁଇ ଦୁଇଟି କରୋନା ଟିକାର ବିକାଶ କରିବାରେ ସଫଳ ହୋଇଛନ୍ତି । ସେ ଜନସାଧାରଣଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ, ସମସ୍ତେ ଏହି ଟିକାର ଦୁଇଟି ଡୋଜ୍ ନେବା ଅତ୍ୟନ୍ତ ଜରୁରି ଅଟେ । ଏହି ଟିକାର ଦୁଇଟି ଡୋଜ୍ ମଧ୍ୟରେ ପ୍ରାୟତଃ ଏକ ମାସର ବ୍ୟବଧାନ ରହିବ ଓ ଦ୍ୱିତୀୟ ଡୋଜ୍ ନେବାର ୨ ସପ୍ତାହ ପରେ ଶରୀରରେ କରୋନାକୁ ପ୍ରତିହତ ନିମନ୍ତେ ପ୍ରତିରୋଧକ ସୃଷ୍ଟି ହେବ । ପୂର୍ବରୁ ଏହିଭଳି ଟିକାକରଣ ହୋଇସାରିଛି ବୋଲି କହିବା ସହ ପ୍ରଧାନମନ୍ତ୍ରୀ କହିଛନ୍ତି ଏ ବିଶ୍ୱର ଏଭଳି ୧୦୦ରୁ ଅଧିକ ଦେଶ ରହିଛି ଯେଉଁମାନଙ୍କ ଜନସଂଖ୍ୟା ୩ କୋଟିରୁ କମ୍ ଅଟେ । ସେ କହିଛନ୍ତି ଭାରତ ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ଟିକାକରଣ କରିବାକୁ ଯାଉଛି । ଏହାର ଦ୍ୱିତୀୟ ପର୍ଯ୍ୟାୟରେ ୩୦କୋଟି ଲୋକଙ୍କୁ ଟିକାକରଣ କରାଯିବ । ଯେଉଁମାନେ ବୟସ୍କ ଓ ଯେଉଁମାନେ ରୋଗଗ୍ରସ୍ତ ସେମାନଙ୍କୁ ଏହି ପର୍ଯ୍ୟାୟରେ ଟିକାକରଣ କରାଯିବ । ସେ କହିଛନ୍ତି ଯେ,ଏହା ଆମ ପାଇଁ ଚିନ୍ତା କରିବାର ସମୟ । କାରଣ ୩୦ କୋଟିରୁ ଅଧିକ ଜନସଂଖ୍ୟା ଥିବା ୩ଟି ଦେଶ ଭାରତ, ଚୀନ୍ ଓ ଆମେରିକା ରହିଛି । ଆମ ଦେଶର ବୈଜ୍ଞାନିକ,ଆମ ମେଡିକାଲ ବ୍ୟବସ୍ଥା ଓ ଚିକିତ୍ସା ପ୍ରକ୍ରିୟା ସାରା ବିଶ୍ୱରେ ଅତ୍ୟନ୍ତ ବିଶ୍ୱସନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ଟିକାକରଣର ଶୁଭାରମ୍ଭ କରି ଦେଶବାସୀଙ୍କୁ ଉଦ୍ବୋଧନ ଦେବା ବେଳେ ଭାବବିହ୍ୱଳ ହୋଇ ପଡ଼ିଥିଲେ । ଯେଉଁ ଲୋକମାନେ କରୋନା କାଳରେ ଘରକୁ ଫେରିପାରିନାହାନ୍ତି ଓ କରୋନାରେ ପ୍ରାଣ ହରାଇଛନ୍ତ ସେମାନଙ୍କ କଥା କହିବା ବେଳେ ଶ୍ରୀ ମୋଦୀଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇଯାଇଥିଲା । ସେ ଦେଶବାସୀଙ୍କୁ କହିଛନ୍ତି ଯେ, ଦେଶ ତାହାର ଉନ୍ନତ କାର୍ଯ୍ୟାନ୍ୱୟନ ପ୍ରଣାଳୀ ଯୋଗୁ ଆଜି ବିଶ୍ୱାସ ହାସଲ କରିବାରେ ସଫଳ ହୋଇଛି । ସେ ଆହ୍ୱାନ ଦେଇଛନ୍ତି ଯେ, ଆମେ ଆମ ଭିତରେ ଥିବା ଆତ୍ମବିଶ୍ୱାସକୁ କେବେ ବି କମ୍ ହେବାକୁ ଦେବା ନାହିଁ । କରୋନା ମହାମାରୀ ସମୟରେ ଯେତେବେଳେ ନିରାଶାର ବାତାବରଣ ରହିଥିଲା, ସେତେବେଳେ ଆମ ଡାକ୍ତର, ପାରାମେଡିକାଲ କର୍ମ·ରୀ, ଆମ୍ବୁଲାନ୍ସ ଡ୍ରାଇଭର, ଆଶାକର୍ମୀ,ସଫେଇ କର୍ମ·ରୀ, ପୋଲିସ ଓ ଆଗଧାଡ଼ିର ଯୋଦ୍ଧା ଆମ ପାଇଁ ଆଶା ସଂ·ର କରିଥିଲେ । ଶ୍ରୀ ମୋଦୀ କହିଛନ୍ତି ଭାରତ ୨୪ ଘଣ୍ଟିଆ ସତର୍କ ବ୍ୟବସ୍ଥା ମାଧ୍ୟମରେ ପ୍ରତିଟି ଘଟଣା ଉପରେ ସଠିକ ପଦକ୍ଷେପ ଗ୍ରହଣ ଆଜି ସଫଳତା ପାଇଁ ପାରିଛି । ସେ କହିଛନ୍ତି ଯେ, ଯେତେବେଳେ ଭାରତରେ ୨୦୨୦ ଜାନୁଆରୀ ୩୦ରେ ପ୍ରଥମ କରୋନା ସଂକ୍ରମଣ ମାମଲା ଚିହ୍ନଟ ହେଲା ତାହାର ଠିକ୍ ୨ ସପ୍ତାହ ମଧ୍ୟରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା । ସେ କହିଛନ୍ତି ଗତବର୍ଷ ଠିକ୍ ଆଜିର ଦିନରେ ସର୍ଭେଲାନ୍ସ ଆରମ୍ଭ କରାଯାଇଥିଲା ଓ ସେହିଦିନ ମଧ୍ୟ ପରାମର୍ଶବଳୀ ଜାରି କରାଯାଇଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ହେଉଛି ପ୍ରଥମ ଦେଶ ଯେଉଁଠାରେ ବିମାନ ବନ୍ଦରରେ ଯାତ୍ରୀମାନଙ୍କ ସ୍କ୍ରିନିଂ ଆରମ୍ଭ କରାଯାଇଥିଲା । ସେ କହିଛନ୍ତି ଆମ ଦେଶବାସୀ କରୋନା ବିରୋଧରେ ଜନତା କର୍ଫ୍ୟୁ ଭଳି ଅନୁଶାସନକୁ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରିଥିଲେ । ତାଳି, ଥାଳି ଓ ଦୀପ ପ୍ରଜ୍ୱଳନ କରି ଦେଶବାସୀ ନିଜର ଆତ୍ମବିଶ୍ୱାସ ବଳବତ୍ତର ରଖିଥିବାରୁ ଶ୍ରୀ ମୋଦୀ ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ଯେ କରୋନା ସଙ୍କଟ ମଧ୍ୟରେ ବହୁ ଦେଶ ସେମାନଙ୍କ ନାଗରିକମାନଙ୍କୁ ଚୀନ୍ରୁ ନିଜ ଦେଶକୁ ଫେରାଇ ନେଇନଥିବା ବେଳେ ଭାରତ ତାର ସମସ୍ତ ନାଗରିକଙ୍କୁ ଦେଶକୁ ଫେରାଇ ଆଣିଥିଲା ।

Leave A Reply

Your email address will not be published.