କମିସନରେଟ୍ ପୋଲିସ କବଜାରେ ନିଶାଦିଆ ଲୁଟେରା ଗ୍ୟାଙ୍ଗ

145

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ନିଜରଆକର୍ଷଣୀୟ ଚେହେରାରେ ଫସାଉଥିଲେ । ଆଉନିଶା ଦେଇ ଟ୍ରେନ୍ ଯାତ୍ରୀଙ୍କୁ ଲୁଟୁଥିଲେ ।ରାଜଧାନୀ ଭୁବନେଶ୍ୱରର ବ୍ୟସ୍ତବହୁଳ ମାଷ୍ଟରକ୍ୟାଣ୍ଟିନରେ ନିଜର ଅପରାଧୀକ ସାମ୍ରାଜ୍ୟ ବିସ୍ତାର କରୁଥିଲେ ମୁସ୍କାନ ଓରଫ ସରିଫାଖାତୁନ୍ । ଶନିବାର ଭୁବନେଶ୍ୱର କମିଶନରେଟ୍ପୁଲିସ୍ ମୁସ୍କାନ ଓ ତାଙ୍କର ୩ ସହଯୋଗୀଙ୍କୁଗିରଫ କରିଛି । ମୁସ୍କାନ କେମିତି ବିଛାଉଥିଲାଜାଲ? ରାଜଧାନୀର ରାତି ପାହି ପାହିଆସୁଥିଲା । ପୂରା ଅନ୍ଧକାର ହଟି ନଥିଲା ।ତାହାରି ଭିତରେ ନିଜକୁ ସଜେଇ ହୋଇ ନିଜଗ୍ୟାଙ୍ଗକୁ ଧରି ଭୁବନେଶ୍ୱର ଷ୍ଟେସନରେପହଞ୍ଚୁଥିଲେ ମୁସ୍କାନୟ ଆଉ ଜଣେ ଯାତ୍ରୀଙ୍କପରି ନିଜ ଗ୍ୟାଙ୍ଗର ଅଟୋରେ ବସୁଥିଲେ ।ସେପଟେ ଟ୍ରେନରେ ଲମ୍ୱା ଯାତ୍ରା କରିଓହ୍ଲାଉଥିବା ଯାତ୍ରୀଙ୍କୁ ଟାର୍ଗେଟ କରୁଥିଲେ ।ଯେଉଁ ଯାତ୍ରୀମାନେ ଟ୍ରେନରୁ ଓହ୍ଲାଉଥିଲେ,ମୁସ୍କାନଙ୍କ ଇଶାରାରେ ସେମାନଙ୍କୁ ଡାକୁଥିଲାଅଟୋ ·ଳକ । ଅଟୋର ପଛ ସିଟରେ ଜଣେସୁନ୍ଦର ମହିଳା ବସିଥିବା ଭାବି ଯାତ୍ରୀ ଜଣକ·ଲି ଯାଉଥିଲା । କିଛି ବାଟଗଲା ପରେ ନିଦଆସିବାର ବାହାନା କରି ·ଳକ ଅଟୋଅଟକାଉଥିଲା । ଆଉ ·ହା ପିଇବା ପାଇଁମୁସ୍କାନଙ୍କୁ ପ୍ରସ୍ତାବ ଦେଉଥିଲା । ମୁସ୍କାନ ସଙ୍ଗେସଙ୍ଗେ ହଁ ମାରୁଥିଲେ । ଏହା ପରେ ଅଟୋବାଲାଯାଇ ·ହା ଆଣୁଥିଲା । ଆଉ ଅଟୋରେବସିଥିବା ଯାତ୍ରୀଙ୍କୁ ·ହା ପିଇବାକୁ ଦେଉଥିଲା ।ତାଙ୍କୁ ନିଶା ବଟିକା ମିଶା ·ହା ପିଇବାକୁଦେଉଥିବା ବେଳେ ସେମାନେ ଭଲ ·ହାପିଉଥିଲେ । ନିଶା ବଟିକା ମିଶା ·ହା ପିଇବାପରେ ଯାତ୍ରୀ ଜଣକ ସଂଜ୍ଞା ହରାଇ ପଡ଼ିଯାଉଥିଲା । ତାଙ୍କୁ କୌଣସି ଏକ ନିଛାଟିଆସ୍ଥାନରେ ପକାଇ ଦେଇ ତାଙ୍କର ଲଗେଜଖୋଲି ସବୁ ଟଙ୍କା ଓ ଅନ୍ୟାନ୍ୟ ଜିନିଷ ନେଇଯାଉଥିଲେ । ଏପରି ଅଭିଯୋଗ ହେବା ପରେକମିଶନରେଟ୍ ପୁଲିସ୍ ତତ୍ପର ହୋଇଥିଲା ।ମାମଲା ରୁଜୁ କରି ଖୋଳତାଡ କରିଥିଲା ।ତଦନ୍ତ ବେଳେ ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡମୁସ୍କାନ ବୋଲି ଜଣାପଡ଼ିବାକୁ ପାଇଥିଲା ।ପରେ ପୁଲିସ୍ ମୁସ୍କାନକୁ ଧରିଥିଲା । ଏଥିସହତାଙ୍କ ଗ୍ୟାଙ୍ଗର ନୟାଗଡ଼ ଜିଲ୍ଲା ସୁଶାନ୍ତ ରାଉତ,ସାନ ଲଣ୍ଡା ଓରଫ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ଗଞ୍ଜାମରଲଣ୍ଡା ଓରଫ ଅଶୋକ ବେହେରାକୁ ଗିରଫକରିବାରେ ସଫଳ ହୋଇଛି କମିଶନରେଟ୍ପୁଲିସ୍ । ଏହି ୩ ଜଣଙ୍କ ନାଁରେ ବହୁ ଲୁଟ୍,ଡକାୟତି ଓ ଛିନ୍ତାଇ ମାମଲା ରହିଛି । ଭୁବନେଶ୍ୱରଜୋନ୍-୧ ଏସିପି ମାନସ ରଂଜନ ଗଡ଼ନାୟକଙ୍କକହିବା ଅନୁସାରେ ଲଣ୍ଡା ନାଁରେ ଥିବା ମାର୍ଡରମାମଲାର ଟ୍ରାଏଲ ଏବେ ·ଳିଛି । ପୂର୍ଣ୍ଣଚନ୍ଦ୍ରସେଠୀ ଜଟଣୀରେ ହୋଇଥିବା ଫାୟାରିଂମାମଲାରେ ସମ୍ପୃକ୍ତ ରହିଛି । ସେହିପରି ସୁଶାନ୍ତରାଉତ ଓଡ଼ିଶା ସମେତ ବାହାର ରାଜ୍ୟରେ ମଧ୍ୟସକ୍ରିୟ ରହିଛି । ଡ୍ରଗ୍ସ କାରବାର ମାମଲାରେ ସେବିଶାଖାପାଟଣା ଜେଲରେ ଥିଲା । ମାସେ ହେଲାଜେଲରୁ ବାହାରି ଆସିଛି ।

Leave A Reply

Your email address will not be published.