ମୋ ସରକାରର ପ୍ରଭାବ: ଅଭିଯୋଗକାରୀ ମହିଳାଙ୍କୁ ଏତଲାର କପି ଦେଲା ପୋଲିସ

184

ରାଉରକେଲା: ନବୀନ ସରକାରରେ ଆଇନ ସବୁ ବେଳେ ତା ରାସ୍ତାରେ ଜିବ ବୋଲି କୁହାଯାଉଥିବା ବେଳେ ମୋ ସରକାରରେ ଆଇନ ଆଗରେ ସମସ୍ତେ ସମାନ ବୋଲି ଯାହା ନୀତି ନିୟମ ରହିଛି ତାହାର ଆଜି ଏକ ପ୍ରତିଫଳନ ଦେଖିବାକୁ ମିଳିଛି ରାଉରକେଲାରେ । ଜଣେ ଅବିବାହିତ ମହିଳା ନିଜ ଲୁଗା ପରିବର୍ତନ କରୁଥିବା ବେଳେ ସେହି ପାଖରେ ରହୁଥିବା ଜଣେ ଆରଆଇ ବାବୁ ତାଙ୍କର ଭିଡିଓ ଉତୋଳନ କରିବା ନେଇ ମହିଳା ଜଣକ ଥାନାରେ ଏତଲା କରିଥିଲେ । ହେଲେ ଏତଲାର କପି ପୋଲିସ ତାଙ୍କୁ ନଦେବା, ଅଭିଯୁକ୍ତଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମହିଳା ଜଣଙ୍କୁ ମୋ ସରକାରରୁ ଜଣେ ମହିଳା ଆଜି ଦିନ ୧୧ଟା ୩୨ ମିନିଟରେ ଫୋନ କରିଥିଲେ । ଥାନାରେ ଏତଲା ହୋଇଛି, କପି ଆଣି ଆସିବାକୁ କୁହାଜିବା କଥା ଏବଂ ପୀଡିତାଙ୍କୁ ଆଶ୍ୱାସନା ଦେବା ସହ ସାଧାରଣରେ ମୋ ସରକାରଙ୍କ ଉପରେ ବିଶ୍ୱାସ ଅଧିକ ଦୃଢିଭୁତ ହୋଇଛି । ଏହା ଛଡା ନବୀନ ସରକାରରେ ଆଇନ ଆଗରେ ସମସ୍ତେ ସମାନ ତାହା ପୁଣିଥରେ ପ୍ରମାଣିତ ହୋଇଛି ।

ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ଗତ୧୧ ତାରିଖରେ ପୀଡିତା ରଂଜିତା ମଲ୍ଲିକ ନିଜର ରହୁଥିବା ବାଡି ପାଖରେ ଲୁଗା ବଦଳାଉଥିବା ବେଳେ ସେହି ଅଂଚଳର ଆରଆଇ ଶ୍ରୀକାନ୍ତ ପାତ୍ର ମହିଳା ଜଣଙ୍କ ପାଚେରୀ ଉପରେ ଚଢି ମହିଳାଙ୍କର ସେହି ସମୟର ଭିଡିଓ ଉତୋଳନ କରୁଥିଲେ । ତେବେ ଅଭିଯୋଗ ପାଇ ତଦନ୍ତରେ ସମ୍ପୃକ୍ତ ଆରଆଇ କୁଆଡେ ଅଲଗା ଯାଗାରେ ଥିଲେ ବୋଲି ପୁଲିସି କହି ଏତଲା କରୁନଥିବାରୁ ପୀଡିତା ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ । ପରେ ଏନେଇ ଆଜି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସକାଳୁ ମୋ ସରକାରରୁ ମଧ୍ୟ ଫୋନ ଆସିଥିଲା । ତେବେ ପୀଡିତା ଏତଲା କପି ଆଣିବା ପରେ ଜଣା ପଡିଛି ଯେ, ଆରଆଇ ଶ୍ରୀକାନ୍ତ ପାତ୍ରଙ୍କ ବିରୋଧରେ ଦପାଂ ୩୫୪(ସି) ଓ ୪୪୮ ଅନୁଶାରେ ଏତଲା କରାଯାଇଛି । ଖବରରୁ ଜଣାପଡିଛି ଯେ, ଏହି ଆରଆଇ ରାଉରକେଲାରେ ୫ ବର୍ଷ ହେଲା କାର୍ଯ୍ୟରତ ଅଛନ୍ତି । ତେବେ ସେ ୨ବର୍ଷ ତଳେ ରାଉରକେଲାର କଚେରୀ ଏରିଆ ଆରଆଇ ହୋଇଥିବା ବେଳେ ପୂର୍ବରୁ ସେ ସିଭିଲ ଟାଉନ ଅଂଚଳରେ ଥିଲେ । ବାବୁଙ୍କ କାରନାମା ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ପୋଲିସ ପ୍ରଶାସନ ମାମଲାର ନିରପେକ୍ଷ ତଦନ୍ତ କରିବା ଓ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।

Leave A Reply

Your email address will not be published.