ଆଉ କିଛି ଦିନ ପରେ ପ୍ରତି ସହରରେ ନିଶା ନିବାରଣ କେନ୍ଦ୍ର ଖୋଲିବାକୁ ବାଧ୍ୟ ହେବେ ସରକାର

203

ଟିଟିଲାଗଡ : ମଣିଷ ନିଜର ବୁଦ୍ଧି ବଳରେ ଆଜି ବିଶ୍ୱରେ କେତେ ନୂତନ ପଦ୍ଧତିରେ ବିଭିନ୍ନ ଜିନିଷ ତିଆରି କରି ଲୋକଙ୍କ ପାଇଁ ଉପଯୋଗୀ କରାଇପାରୁଛି ଯେମିତିକି ଇଞ୍ଜିନିୟରିଂ କ୍ଷେତ୍ରରେ, ପରମାଣୁ ଅସ୍ତ୍ରଶସ୍ତ୍ର, ନିର୍ମାଣ ପାଇଁ ବ୍ୟବହୃତ ଯନ୍ତ୍ରପାତି, ଦୂରସଂଚାର ପାଇଁ ନେଟୱର୍କ, କଥାହେବା ପାଇଁ ମୋବାଇଲ, ଚିକିତ୍ସା ପାଇଁ ଅତ୍ୟାଧୁନିକ ମେସିନ ସହ ବିଭିନ୍ନ ଉପକରଣ ଯାହାକି ମଣିଷ ସମାଜ ପାଇଁ ଏକ ବରଦାନ ପାଲଟି ଯାଇଛି । ଏ ସବୁର କିନ୍ତୁ ବିପରୀତ ପାର୍ଶ୍ବ ମଧ୍ୟ ରହିଛି ଯାହାକି ଏହାର କୁପ୍ରଭାବରେ ମଣିଷ ସମାଜ ପାଇଁ ବିପଦ ହୋଇପାରେ । ତନ୍ମଧ୍ୟରୁ ଏବେ ସବୁଠୁ ଜଟିଳ ଏବଂ ଭୟାବହ ସ୍ଥିତିରେ ରହିଛି ଦେଶର ଯୁବ ପୀଢ଼ିଙ୍କ ଭବିଷ୍ୟତ, ନିଶା କବଳରେ ଏବେ ଯୁବ ପିଢ଼ି ବନ୍ଧା ହୋଇଗଲେଣି । ପ୍ରାୟତ ଏବେ ଦେଖା ଦେଉଥିବା ବିଭିନ୍ନ ଗଣ୍ଡଗୋଳ, ହତ୍ୟା, ଲୁଟ, ମାଡପିଟ ଘଟଣାର ମୁଖ୍ୟ କାରଣ ହେଉଛି ନିଶା ସେବନ ।

ଆଗ ପୁରୁଣା କାଳିଆ ଲୋକେ ଗୁଡାଖୁ, ବିଡି, ଖଇନି, ଭାଙ୍ଗ, ଗଞ୍ଜେଇ ଇତ୍ୟାଦି ସେବନ କରୁଥିଲେ କିନ୍ତୁ ଖାଦ୍ୟ ମଧ୍ୟ ସେତିକି ଜୋରରେ ଖାଉଥିଲେ ଏବଂ ପରିଶ୍ରମ ମଧ୍ୟ ସେତିକି ଜୋରରେ କରୁଥିଲେ କିନ୍ତୁ ଆଜିର ଯୁବପିଢ଼ିର କିଛି କାଂଶରେ ଅଳସୁଆ, ବେକାର ଖଟି କରି ତଥା ଖରାପ ସାଙ୍ଗ ସହ ମିଶି ନିଜର ଶରୀର ସହ ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବା ଦେଖିବାକୁ ମିଳୁଛି । ପ୍ରଥମେ ମଦ ପିଇ ଉତ୍ପାତ ହେଉଥିଲେ ଏବେ ଡ୍ରଗ୍ସ୍, ନିଶା ବଟିକା, କଫ ସିରଫ, ନିଶା ଇଞ୍ଜେକସନ ନେଇ ସେମାନେ ନିଜର ଅସ୍ତିତ୍ଵକୁ ହରାଇବା ସହ ନିଜ ପରିବାର, ସମାଜ ତଥା ନିଜର ରାଜ୍ୟ ଏବଂ ଦେଶ ପାଇଁ କଳଙ୍କ ହୋଇଗଲେଣି । ଯଦି ଯୁବ ପିଢ଼ି ଭୁଲ ବାଟରେ ଯାଉଛନ୍ତି ସେଥିପାଇଁ ଘରର ମୁରବି ହିଁ ସଂପୂର୍ଣ୍ଣ ଦାୟୀ, କାରଣ ଯେଉଁ ଘରେ ଘରର ମୂରବି ଠିକ୍ ଥାଆନ୍ତି ସେ ଘରର ଉନ୍ନତି ସୁନିଶ୍ଚିତ, ପିଲା ମାନଙ୍କ ଭବିଷ୍ୟତ ମଧ୍ୟ ଉଜ୍ଜ୍ବଳ, ଯେଉଁ ପିଲା ମାନେ ଘରର ମୁଖିଆଙ୍କ କଥା ମାନି ଚଳନ୍ତି ସେମାନେ ସମସ୍ତେ ଆଜି ରୋଜଗାରକ୍ଷମ, ଶିକ୍ଷିତ, ଏବଂ ସମାଜରେ ପ୍ରତିଷ୍ଠିତ ମଣିଷ ହୋଇ ନିଜର ମାନ ସମ୍ମାନ ସହ ଜୀବିକା ନିର୍ବାହ କରୁଛନ୍ତି । ସେମାନେ ଭଲ ଲୋକଙ୍କ ପାଇଁ ଜଣେ ଜଣେ ଆଦର୍ଶ, ଅପରପକ୍ଷରେ ନିଶାଗ୍ରସ୍ତ ହୋଇ ନିଜର ଜୀବନ ଖୁସିରେ ବିତାଉଥିବା ଯୁବ ପିଢ଼ି ପାଇଁ ଆଗମୀ ଭବିଷ୍ୟତ ଅନ୍ଧକାରମୟ, ପରିବାର ପାଇଁ କଳଙ୍କ, ବୋଝ, ଅସୁସ୍ଥତା ପରିବେଶରେ ରହୁଛନ୍ତି ପରିବାର ଲୋକ, ଏବେ ବି ସମୟ ଅଛି ଯଦି ଘରର ଅଭିଭାବକ ଥରେ ନିଜର ପୁଅଝିଅ ପାଇଁ ଚିନ୍ତା କରି ତାଙ୍କୁ ସୁଧାରିବା ପାଇଁ ଚେଷ୍ଟା କରିବେ ତାହେଲେ କିଛି ମାତ୍ରାରେ ସୁଫଳ ମିଳିପାରିବ । ସରକାର ମଧ୍ୟ ଏ ଦିଗରେ ଗୁରୁତର ସହ ବିଚାର କରି ଜରୁରି କାଳୀନ ଭିତ୍ତିରେ ନିଶା କାରବାର ତଥା ନିଶା ସେବନକୁ କିପରି ବନ୍ଦ କରାଯିବ ସେ ଦିଗରେ ଉଚିତ୍ ପଦକ୍ଷେପ ନେଲେ ଆଗମୀ ପିଢ଼ି ଏବଂ ନିଜ ର।ଜ୍ୟ ଏବଂ ଦେଶର ଭିବିଷ୍ୟତ ଉଜ୍ଜ୍ବଳ ହେବ, ନହେଲେ ଏମିତି ପରିସ୍ଥିତି ଉପୁଜିବ ଯେଉଁଥିରେ କି ସବୁ ସହରରେ ଡ଼ାକ୍ତରଖାନା ଭଳି ବିଭିନ୍ନ ସ୍ଥାନରେ ଯୁବ ପିଢ଼ିକୁ ନିୟନ୍ତ୍ରଣ କରିବା ପାଇଁ ନିଶା ନିବାରଣ କେନ୍ଦ୍ର ଖୋଲିବାକୁ ପଡିବ। କଥା ଆମର- ବିଚାର ଆପଣଙ୍କର ।

Leave A Reply

Your email address will not be published.