ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ସୁକୁମା ଓ ବିଜାପୁର ଜିଲ୍ଲା ସୀମାନ୍ତରେ ଗତ ୨୦ ଦିନ ତଳେ ମାଓ ସଂଗଠନ ଏକ ବୈଠକ କରିଥିଲା । ଏଥିରେ ଆନ୍ଧ୍ର, ତେଲେଗାନା, ଓଡିଶା ଓ ଛତିଶଗଡ଼ ରାଜ୍ୟରୁ ପ୍ରାୟ ୫ ଶହ ରୁ ଅଧିକ ମାଓବାଦୀ ଯୋଗଦେଇଥିଲେ । ଏହି ବୈଠକ ପରେ ବହୁ ସଂଖ୍ୟାରେ ମାଓବାଦୀ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସା ସୁବିଧା ନପାଇ ଜଙ୍ଘଲ ଓ ନିକଟସ୍ଥ ଆଦିବାସୀ ଜନବସତି ଗୁଡିକରେ ଆସି ରହିଥିବା ଜଣାପଡିବା ପରେ ଦନ୍ତେବାଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ଼ଃ ଅଭିଷେକ ପଲ୍ଲବ ସେମାନଙ୍କୁ ଆତ୍ମସମର୍ପଣ କଲେ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି କହିଥିଲେ । କିନ୍ତୁ ମାଓବାଦୀ ଆତ୍ମସମର୍ପଣ କରିନଥିଲେ । ଫଳରେ ଚିକିତ୍ସା ନପାଇ ଗତକାଲି ବସ୍ତର ଜଙ୍ଘଲରେ ୧୦ ଜଣ ମାଓବାଦୀ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ସାଥୀ ମାଓବାଦୀ ମାନେ ମୃତଙ୍କ ଶବ ଜଙ୍ଘଲରେ ଦାହ କରିଦେଇଥିବା ବେଳେ ଏବେ ଆହୁରି ୪ ଶହ ରୁ ଅଧିକ ମାଓବାଦୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ମାଓବାଦୀ କରୋନାରେ ଆକ୍ରାନ୍ତ ହେବା ପରେ ବସ୍ତର ଜଙ୍ଘଲରେ ଥିବା ଆଦିବାସୀ ଗାଁ ଗୁଡିକର ଲୋକ ଅଧିକ ଚିନ୍ତିତ ହୋଇପଡିଛନ୍ତି ।
Sign in
Sign in
Recover your password.
A password will be e-mailed to you.