ଗଜପତିରେ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

154

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଫୋଟଗ୍ରାଫି ସଂଘ ଦ୍ୱାରା ବିଶ୍ୱ ଫଟୋଗ୍ରାଫି ଦିବସ ଆଜି ପାଳିତ ହୋଇଯାଇଛି । ଏହି ଦିବସ ଉପଲକ୍ଷେ ପାରଳାଖେମୁଣ୍ଡି ସ୍ଥିତ କୃଷ୍ଠାଶ୍ରମର ଅନ୍ତେବାସୀଙ୍କୁ ଖାଦ୍ୟ ଜିନିଷ, ପରିବା, ଚାଉଳ ଆଦି ସଂଘ ତରଫରୁ ବଣ୍ଟନ କରାଯାଇଥିଲା । ଏହା ପରେ ପାରଳା ରାଜଦାଣ୍ଡରେ ସଂଘର କର୍ମକର୍ତ୍ତାଙ୍କ ଦ୍ୱା ଏକ ସଭାର ଆୟୋଜନ ହୋଇଥିଲା । ଏଥିରେ ଫଟଗ୍ରାଫିର ସୃଷ୍ଟିକର୍ତ୍ତା ଲୁଇସ ଜେ.ଏମ୍‌. ଡାଗରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତିଚାରଣ କରାଯାଇଥିଲା । ଏହା ସହ ଗଜପତି ଜିଲ୍ଲା ଫଟୋଗ୍ରାଫି ସଂଘର ପୂର୍ବତନ ଅଧ୍ୟକ୍ଷ ବିଶ୍ୱନାଥ ମିଶ୍ରଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଘର ପି.ଶ୍ରୀନିବାସ ରେଡ୍ଡୀ, ଭି. ଦିଲ୍ଲେଶ୍ୱର ରାଓ, କେ. ଧବଳେଶ୍ୱର ରାଓ, ଜଗଦିଶ ମିଶ୍ର, ଶ୍ୟାମ କୁମାର, ଏ.ଗଙ୍ଗାଧର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.