ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଜିଲ୍ଲା ଏସ୍.ପି. ଜୟରାମ ଶତପଥିଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ସୁବ୍ରତ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗଜପତିରେ ପୁଣି ୧୯ କୋଟିରୁ ଉର୍ଦ୍ଧ ଟଙ୍କା ମୂଲ୍ୟର ଚୋରା ଗଞ୍ଜେଇ ଚାଷକୁ ଚଢାଉ କରି ଜବତ କରାଯିବା ସହ ନିଆଁ ଲଗାଇ ପୋଡି ଦିଆଯାଇଥିବାର ସୂଚନା ମିଳିଛି । ଘଟଣାରୁ ପ୍ରକାଶ, ଏହି ଜିଲ୍ଲାର ଆର୍.ଉଦୟଗିରି ଥାନା ମହେନ୍ଦ୍ରଗଡ ପଞ୍ଚାୟତ ଅନ୍ତର୍ଗତ ସୁଗଡା ମୌଜାର ନୂଆସାହି ଗ୍ରାମାଞ୍ଚଳରେ ମିଳିତ ଚଢାଉ ବେଳେ ୧୯କୋଟି ୮୧ ଲକ୍ଷ ୭୮ହଜାର ଟଙ୍କା ମୂଲ୍ୟର ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଥିବାର ଜଣାପଡିଛି । ଆର୍.ଉଦୟଗରି ପୋଲିସ, ଅବକାରୀ, ବନ ବିଭାଗ ଓ ରାଜସ୍ୱ ବିଭାଗର କର୍ମଚାରୀମାନେ ମିଳିତ ଚଢାଉ କରିଥିଲେ । ଏହି ନୂଆସାହି ଗ୍ରାମାଞ୍ଚଳର ୯୯.୦୮୯ ଏକର ଜମିରେ ହୋଇଥିବା ପ୍ରାୟ ୧ଲକ୍ଷ ୯୮ହଜାର ୧୭୮ ଗଞ୍ଜେଇ ଗଛକୁ କାଟିବା ପରେ ପୋଡି ନଷ୍ଟ କରିଥିଲେ । ଏହି ଚଢାଉବେଳେ ଦାୟିତ୍ୱରେ ଥିବା ମାଜିଷ୍ଟ୍ରେଟ ଆର୍.ଉଦୟଗିରି ତହସିଲଦାର ନାରାୟଣ ବେହେରା, ମହେନ୍ଦ୍ରଗଡ ଆର୍ଆଇ ସର୍କଲର ରାଜସ୍ୱ ନିରୀକ୍ଷକ ଭି.ଶଙ୍କର ରାଓ ପ୍ରମୁଖ ଉପସ୍ଥିତଥିଲେ ।
Sign in
Sign in
Recover your password.
A password will be e-mailed to you.