ମମିତା ମାମଲାରେ ପଂଚମ ଦିନରେ ବି ବିଧାନସଭା ଅଚଳ

147

-ମାତ୍ର ତିନି ମିନିଟ ଚାଲି ପାରିଲା ପ୍ରଥମାର୍ଧ ବୈଠକ

ଭୁବନେଶ୍ୱର : ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଦାବି କରି ଆଜି ପଂଚମ ଦିନରେ ବି ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ମାନେ ଏହି ମାମଲାରେ ହଟ୍ଟଗୋଳ କରିବା ସହ ବିଜେଡି ବିଧାୟକ ମାନେ ପାଇକ ବିଦ୍ରୋହକୁ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ନ ମିଳିବା ପ୍ରସଙ୍ଗରେ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ପ୍ରତିବାଦ କରିବା ଦେଖା ଯାଇଥିଲା । ବାଚସ୍ପତି ବାରମ୍ବାର ସେମାନଙ୍କୁ ନିଜ ନିଜ ସ୍ଥାନକୁ ଯିବାକୁ ନିବେଦନ କରି ଥିଲେ ସୁଦ୍ଧା ବିରୋଧୀ ବିଧାୟକ ମାନେ ତାହାକୁ ଶୁଣି ନ ଥିଲେ । ଫଳରେ ବାଚସ୍ପତି ୧୦.୩୩ରୁ ଅପରାହ୍ନ ୪ଟା ଯୀଏ ଗୃହକୁ ସ୍ଥଗିତ ରହିଲା ବୋଲି ଘୋଷଣା କରିଥିଲେ ।

ଆଜି ୧୦.୩୦ଟାରେ ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲ।। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଦଳର ବିଧାୟକ ମାନେ ବାଚସ୍ପତି ବସୁଥିବା ସ୍ଥାନ ଆଡକୁ ଯାଇ ସେଠାରେ ପ୍ଲାକାର୍ଡ ଧରି ନାରାବାଜୀ କରିଥିଲେ । ବିଜେପ ବିଧାୟକ ମାନେ ହାତରେ ପ୍ଲାକାର୍ଡ ଧରି ବାଚସ୍ପତିଙ୍କୁ ଟେବୁଲ ତଳକୁ ଆସି ନାରାବାଜୀ କରିବା ସହ ମମିତା ମେହେର ମାମଲାରେ ଦିବ୍ୟଶଙ୍କର ମିଶ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲୋ

ଅ୍ୟପଟେ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ଗୃହରେ ପ୍ରତିବାଦ କରିଛନ୍ତି ବିଜେଡି ବିଧାୟକ । ପାଇକ ବିଦ୍ରୋହକୁ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ନ ମିଳିବା ପ୍ରସଙ୍ଗରେ ସେମାନେ ପ୍ଲାକାର୍ଡ ଓ ମୁଖା ପିନ୍ଧି ନିଜ ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିଥିଲେ ।

ବାରମ୍ବାର ବାଚସ୍ପତି ଅନୁରୋଧ କରିବା ସତ୍ୱେ ସ୍ଥିତିରେ ସୁଧାର ନ ହେବା କାରଣରୁ ବାଚସ୍ପତି ଶ୍ରୀ ପାତ୍ର ୧୦.୩୩କୁ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।

Leave A Reply

Your email address will not be published.