କରୋନାରେ ଦେଶରେ ଗତ ୨୪ ଘଂଟାରେ ୩୮,୦୭୯ ନୂଆ ମାମଲା
ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୩୮,୦୭୯ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୫୬୦ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ କରୋନା ରୋଗୀଙ୍କ ସଂଖ୍ୟା ବଢି ୩,୧୦, ୬୪, ୯୦୮ହୋଇ ଯାଇଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪,୨୪,୦୨୫ ଥିବା ବେଳେ ବର୍ତମାନ ସୁଦ୍ଧା ୪,୧୩,୦୯୧ ଜଣ ମୃତ୍ୟୁବରଣ କରିଛନ୍ତି ।
ସେହିପରି ଦେଶରେ ଗତ ୨୪ଘଂଟା ମଧ୍ୟରେ କୋବିଡ ପାଇଁ ୧୯,୯୮,୭୧୫ ନମୂନାର ପରୀକ୍ଷଣ କରା ଯାଇଛି । ଏହା ସହିତ ଦେଶରେ ବର୍ତମାନ ସୁଦ୍ଧା ୪୪,୨୦,୨୧,୯୫୪ ନମୂନାର ପରୀକ୍ଷଣ କରା ଯାଇଥିବା ଆଇସିଏମଆର ପକ୍ଷରୁ ସୂଚନା ଦିଆ ଯାଇଛିା