କରୋନାରେ ଦେଶରେ ଗତ ୨୪ ଘଂଟାରେ ୩,୮୬,୪୫୨ ନୂଆ ମାମଲା

165

ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୩,୮୬,୪୫୨ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୩୪୯୮ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୮୭,୬୨,୯୭୬ପହଂଚିଛି ।

ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୧,୭୦,୨୨୮ ଥିବା ବେଳେ ବର୍ତମାନ ସୁଦ୍ଧା ୨,୦୮,୩୩୦ ଜଣ ମୃତ୍ୟୁବରଣ କରିଛନ୍ତି ।

ସେହିପରି ଦେଶରେ ଗତ ୨୪ଘଂଟା ମଧ୍ୟରେ କୋବିଡ ପାଇଁ ୧୯,୨୦,୧୦୭ ନମୂନାର ପରୀକ୍ଷଣ କରାଯାଇଛି । ଏହା ସହିତ ଦେଶରେ ବର୍ତମାନ ସୁଦ୍ଧା ୨୮,୮୩,୯୨,୦୮୬ ନମୂନାର ପରୀକ୍ଷଣ କରା ଯାଇଥିବା ଆଇସିଏମଆର ପକ୍ଷରୁ ସୂଚନା ଦିଆ ଯାଇଛିା

Leave A Reply

Your email address will not be published.