ପଡିଆ ବ୍ଲକରେ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ୯୩ ଜଣଙ୍କୁ ଭତ୍ତା ପ୍ରଦାନ

191

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ର ବିଭିନ୍ନ ପଞ୍ଚାୟତରେ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ଯୋଜନାରେ ୯୩ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି। ବିଧବା ଭତ୍ତା, ବାର୍ଦ୍ଧକ୍ୟ, ଦିବ୍ୟାଙ୍ଗ, ସ୍ଵାମୀ ପରିତ୍ୟକ୍ତା ଭତ୍ତା ପାଇଁ ମୋଟ ୧ ୬୩ ଜଣ ନୂତନ ହିତାଧିକାରୀ ଙ୍କୁ ବିଭିନ୍ନ ଭତ୍ତା ଯୋଜନା ରେ ସାମିଲ କରାଯାଇଥିବା ବେଳେ ପଡିଆ, ବାପନପଲ୍ଲୀ, ଉଣ୍ଡୁରୁକୋଣ୍ଡା ଓ ଗିରିକାନପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟରେ ମୋଟ ୯୦ ଜଣ ଙ୍କୁ ଭତ୍ତା ଟଙ୍କା ପ୍ରଦାନ କରାଯାଇଛି। ଏଥିସହ ବଳକା ୭୩ ଜଣ ନୂତନ ହିତାଧୀକାରି ଙ୍କୁ ପର୍ଯ୍ୟାୟ କ୍ରମେ ଭତ୍ତା ପ୍ରଦାନ କରାଯିବ ବୋଲି ସାମାଜିକ ସୁରକ୍ଷା ବିଭାଗପକ୍ଷରୁ କୁହାଯାଇଛି ।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପଡିଆ ପଞ୍ଚାୟତର ବିଧାୟକ ପ୍ରତିନିଧି କୋଟାମ ବାଲାୟା, ସରପଞ୍ଚ ନମିତା କରସ୍ତା, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ତାରକନାଥ ସାନା ଉପସ୍ଥିତ ଥିବା ବେଳେ ଉଣ୍ଡୁରୁକୋଣ୍ଡା ପଞ୍ଚାୟତରେ ବ୍ଳକ ଉପାଧକ୍ଷା ଚମ୍ପାରାଣୀ ସିଲ୍, ସରପଞ୍ଚ ପୁନେମ ମୁତା, ଉଣ୍ଡୁରୁକୋଣ୍ଡା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଏନ୍ ରୁଷିକେଶ ରାଓ ଉପସ୍ଥିତ ଥିଲେ। ନୂତନ ହିତାଧିକାରୀଙ୍କୁ ସାମିଲ ପରେ ପଡିଆ ବ୍ଲକରେ ମୋଟ ୫୫୪୨ ଜଣ ବିଭିନ୍ନ ଭତ୍ତା ଯୋଜନାରେ ସାମିଲ ହୋଇଥିବା ଜଣାପଡିଛି। ଏହି କାର୍ଯ୍ୟକ୍ରମ କୁ ବ୍ଲକ ସାମାଜିକ ସୁରକ୍ଷା ବିଭାଗ ର ମିଥୁନ ହାଲଦାର ଓ ରାଜେଶ ବେହେରା ପରିଚାଳନା କରିଥିଲେ ।

Leave A Reply

Your email address will not be published.