ଟିଟିଲାଗଡ଼ : କରୋନା ସଂକ୍ରମଣ ବଢୁଥିବା ବେଳେ ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଦୁଇ ଦିନିଆ ସଟଡାଉନ୍ ଘୋଷଣା ହେବା ପରେ ଲୋକେ ଏହାକୁ ମାନିବା ସହ ସହର ସମ୍ପୂର୍ଣ୍ଣ ବନ୍ଦ୍ ହୋଇଥିଲା । କାଁ ଭାଁ ଲୋକ ନିଜର ଜରୁରୀ ଜିନିଷ ନେବା ଆଣିବା ପାଇଁ ଘରୁ ବାହାରୁ ଥିବାର ଦେଖିବାକୁ ମିଳିଥିଲା । ଅତ୍ୟାବଶ୍ୟକ ସାମଗ୍ରୀ ତଥା ସେବା ଯୋଗାଉଥିବା ଲୋକେ ହିଁ ବାହାରି ଥିଲେ । ସକାଳୁ ପୋଲିସ ତରଫରୁ ଜୋରଦାର ପେଟ୍ରୋଲିଙ୍ଗ କରି ସବୁ ଛକ ମାନଙ୍କରେ ଯିବା ଆସିବା କରୁଥିବା ଲୋକଙ୍କୁ ପଚରା ଉଚରା କରି ଛାଡୁଥିଲେ । କିଛି ବ୍ୟବସାୟୀ ନ ଜାଣି ଦୋକାନ ଖୋଲିଥିବା ଦେଖି ପୋଲିସ ତରଫରୁ ସେହି ଦୋକାନ ସବୁ ବନ୍ଦ କରାଯାଇଥିଲା । ଲୋକ ସଚେତନ ହେଲେ ହିଁ ନିଜର ସୁରକ୍ଷା ନିଜେ କରି ପାରିବେ । ପୋଲିସ ଏବଂ ପ୍ରଶାସନ ଲୋକଙ୍କ ସେବାରେ ଏବଂ ଲୋକଙ୍କ ମଙ୍ଗଳ ପାଇଁ ହିଁ କ।ର୍ଯ୍ୟ କରୁଛନ୍ତି । ତାଙ୍କୁ ସହଯୋଗ କରି ସରକାରଙ୍କ ନିୟମ ପାଳନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ।
Sign in
Sign in
Recover your password.
A password will be e-mailed to you.