ଟିଟିଲାଗଡରେ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଜୋରଦାର ସ୍ଵାଗତ ସହ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ପତ୍ର ପ୍ରଦାନ

171

ଟିଟିଲାଗଡ଼ : ରବିବାର ଦିନ ଟିଟିଲାଗଡ଼ ସହର ଦେଇ ଏକ ରୋଡ ସୋ କରି ରେଳମନ୍ତ୍ରୀ ଶ୍ରୀ ଅଶ୍ଵିନୀ ବୈଷ୍ଣବ ଆସିଥିଲେ । ଟିଟିଲାଗଡ଼ ବିଜେପି ଦଳର କର୍ମକର୍ତା, ଟିଟଲାଗଡ ବିକାଶ ସେନାର ସଭାପତି ଅମ୍ଳାନ ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ବିକାଶ ସେନାର ସଦସ୍ୟ ମାନେ ଏକ ବିରାଟ ବାଇକ ରେଲୀ କରି ସହର ଭିତରକୁ ପାଛୋଟି ଆଣିଥିଲେ । ଏହି ଅବସରରେ ରେଳମନ୍ତ୍ରୀଙ୍କ ସହ ସାଂସଦ ଶ୍ରୀମତି ସଙ୍ଗୀତା ସିଂ ଦେଓ, ବିଜେପିର ବରିଷ୍ଠ ନେତା କନକବର୍ଦ୍ଧନ ସିଂଦେଓ ଉପସ୍ଥିତ ଥିଲେ । ସହରର ବିଜୁ ପଟ୍ଟନାୟକ ଛକ ଠାରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ବିଭିନ୍ନ କାର୍ଯ୍ୟ ପାଇଁ ଦରଖାସ୍ତ ତଥା ଦାବି ପତ୍ର ପ୍ରଦାନ କରିଥିଲେ । ସେମାନେ ହେଲେ ନାରି ଦି ଭଏସ ଅଫ ଓମେନ, ଟିଟିଲାଗଡ଼ ବଣିକସଂଘ, ଟିଟିଲାଗଡ଼ ନାଗରିକ କମିଟି,ମାରୱାଡ଼ି ଯୁବାମଞ୍ଚ, ଏବଂ ଅନ୍ୟାନ୍ୟ ସଙ୍ଗଠନ ସାମିଲ୍ ହୋଇଥିଲେ ।

ଏହି ଜନ ଆଶିର୍ବାଦ ଯାତ୍ରାରେ ମନ୍ତ୍ରୀ ଶ୍ରୀ ଅଶ୍ଵିନୀ ବୈଷ୍ଣବ ସବକା ସାଥ, ସବକା ବିଶ୍ୱାସ, ସବକା ବିକାଶ, ସମସ୍ତଙ୍କର ପ୍ରୟାସ ଦରକାର ବୋଲି କହିବା ସହ ଯେତେବେଳେ ପ୍ରଭୁ ଶ୍ରୀରାମ ରାମ ସେତୁ ନିର୍ମାଣ କରୁଥିଲେ ଜଣେ ଗୁଣ୍ଡିଚା ମୂଷା ମଧ୍ୟ ସେହି ପୋଲ ନିର୍ମାଣରେ ଲାଗିଥିଲେ । ମୁଁ ଜଣେ ସେହିଭଳି ଗୋଟିଏ ଗୁଣ୍ଡିଚା ମୂଷା, ଭଗବାନ ଶ୍ରୀରାମ ଭଳି ହେଲେ ଆମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ଯିଏ ଭ।ରତ ବର୍ଷକୁ ଗଢି ତୋଳୁଛନ୍ତି । ଆମେ ସମସ୍ତେ ଏକ ହୋଇ ଆଗକୁ ଦେଶକୁ ବିକାଶ ପଥରେ ନେବାକୁ ହେଲେ ମୋଦିଜୀଙ୍କୁ ସମର୍ଥନ ଦେବା ସହ ତାଙ୍କ ସହ ଆଗକୁ ବଢ଼ିବାକୁ ପଡ଼ିବ ବୋଲି କହିଥିଲେ । ମତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଠାଇଛନ୍ତି, କେଉଁ କାରଣରୁ କେବିକେ ପଛୁଆ ଅଞ୍ଚଳ ହୋଇ ରହିଛି ସେ ବିଷୟରେ ଲୋକଙ୍କ ସହ ଜଡ଼ିତ ହୋଇ କେଉଁଠି ଅସୁବିଧା ରହିଛି ବୁଝିବା ପାଇଁ । ସେଥିପାଇଁ ମୁଁ ଏହି ଆଶୀର୍ବାଦ ଯାତ୍ରାରେ ଆପଣ ମାନଙ୍କ ଆଶୀର୍ବାଦ ନେବା ପାଇଁ, ଆପଣଙ୍କ ବଲାଙ୍ଗିର ସାଂସଦ ଶ୍ରୀମତି ସଙ୍ଗୀତା ସିଂ ଦେଓ ମଧ୍ୟ ଜିଲ୍ଲାର ବିଭିନ୍ନ କାର୍ଯ୍ୟ କରାଇବା ପାଇଁ ସମସ୍ତ ବିଭାଗର ମନ୍ତ୍ରୀ ମାନଙ୍କ ପାଖକୁ ଯାଇ ଏ ଅଞ୍ଚଳର ବିକାଶ ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଥିଲେ । ସଭା ସାରି ଡିଏଭି ମହାବିଦ୍ୟାଳୟରେ ମନ୍ତ୍ରି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇ କଣ୍ଟାବାଞ୍ଜି ଅଭିମୁଖେ ଯାତ୍ରା କଲେ । ଏହି ଜନ ଆଶୀର୍ବାଦ ଯାତ୍ରାକୁ ସଫଳ କରାଇବାରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ, ଲିଙ୍ଗରାଜ ନାୟକ, ଅଶୋକ ମିଶ୍ର, ନରସିଂହ ସିଂ, ପବିତ୍ର ସାହୁ, ଆଲୋକ ନାୟକଙ୍କ ସମେତ ବହୁତ ବିଜେପି ନେତା ଏବଂ କର୍ମୀ ସହଯୋଗ କରିଥିଲେ ।

Leave A Reply

Your email address will not be published.