ମ.ରାମପୁର: ଆଜି ହେଉଛି “ପୁଷ ପୁନୀ” । ଖାସ୍ କରି ଶ୍ରମଜୀବୀ ଙ୍କ ପାଇଁ ଦିନଟି ବେଶ୍ ମନୋରମ। ଭୋଜି ଭାତ ଆସର ହଉ କି ନାଚ ଗୀତ । ଛେର୍ ଛେର ଛେର୍ଚ୍ଛେରା …… ଇ ଘର ବୁଢ଼ୀ କାହିଁ ଗଲା……(ଲୋକଗୀତ) । ପଶ୍ଚିମ ଓଡ଼ିଶାର ବିଭିନ୍ନ ପର୍ବପର୍ବାଣି ମଧ୍ୟରେ ‘ପୁଷ୍ ପୁନୀ’ ଅନ୍ୟତମ । ପୈାଷ ମାସର ପୂର୍ଣ୍ଣମୀ ତିଥିରେ ଏହା ପାଳିତ ହୋଇଥାଏ । ଏହା ଏକ କୃଷି ଭିତ୍ତିକ ପର୍ବ। କିନ୍ତୁ ଖାସ୍ କରି ଏହାକୁ କୃଷି କ୍ଷେତ୍ର ରେ କାର୍ଯ୍ୟ କରୁଥିବା (ହାଲିଆ,ଭୂତି, ଘରଖିଆ) ଙ୍କ ପାଇଁ ବେଶ୍ ରୋମାଞ୍ଚକର ଦିନଟିଏ। କହିବାକୁ ଗଲେ ସାଧାରଣତଃ ଏହି ଦିନଟି ଶ୍ରମଜୀବୀ ଙ୍କର ମୁକ୍ତିର ଦିନ କହିଲେ ଅତ୍ୟୁକ୍ତି ହେବନାହିଁ । ଆଗକାଳ ରେ ଜମି ମାଳିକ ମାନଙ୍କ ପାଖରେ ହଳିଆ ଟିଏ ବାର୍ଷିକ ଚୁକ୍ତି ହିସାବରେ ରହୁଥିଲା ଆଉ କିଛି ହଲିଆ ସାହୁକାର ଘରେ ଦୁଇ ଓଳି ଖାଇ କାମ କରୁଥିଲେ, ଏମାନଙ୍କୁ “ଘରଖିଆ ହଳିଆ” ବୋଲି କୁହାଯାଏ । ଏମାନେ କୃଷି ଯାତ ଦ୍ରବ୍ୟ ଅମଳ ପରେ ଚୁକ୍ତି ଅନୁସାରେ ପାଉଣା ପାଉଥିଲେ । କିନ୍ତୁ ଆଜିକାଲି ପ୍ରାୟତଃ ସମସ୍ତେ ଦିନ ମଜୁରିଆ ଭାବେ କାମ କରନ୍ତି । ତଥାପି ଆଜିର ଦିନକୁ ବେଶ୍ ଆଡମ୍ବର ର ସହ ବିତାନ୍ତି।ପ୍ରତି ବର୍ଷ ପୈାଷ ପୂର୍ଣ୍ଣିମା ଦିନ ଏମାନଙ୍କ ଚୁକ୍ତି ଶେଷ ହେଉଥିଲା । ଏହିଦିନ ସାହୁକାର ହଳିଆମାନଙ୍କୁ ମାସିକ/ବାର୍ଷିକ ପ୍ରାପ୍ୟ ସହ ବୋନସ ଭାତିଆ ଦେଉଥିଲେ, ଯାହାକୁ ସେମାନେ ଆଜିର ଦିନରେ ଭୋଜି ଭାତ କରି ମୁକ୍ତି ର ଦିନ ଭାବେ ପାଳନ କରିଛନ୍ତି । ୟାର ପରଦିନ ଠୁ କିଛି ଶ୍ରମଜୀବୀ ନୃତନ ମାଲିକ/ ଚାଷୀ ଙ୍କ ପାଖରେ କାମ କରନ୍ତି ତ କେହି କେହି ପୂର୍ବରୁ ଥିବା ମାଲିକ ଙ୍କ ପାଖ ରେ ମଧ୍ୟ ପୁନର୍ବାର କାମ କରନ୍ତି । କିନ୍ତୁ ସେ କାଳ ପଖାଳ ଗଲାଣି। ଆଜିକା ଯୁଗର କିଛି ପରିବର୍ତ୍ତନ ଘଟିଲାଣି ତଥାପି ଏହି ପର୍ବ କୁ ଲୋକେ ଭୁଲି ନାହାଁନ୍ତି । ଏଣୁ ଆଜି ବେଶ୍ ଧୁମ୍ ଧାମରେ ଏହି ପୁଷ୍ ପୁନୀ ପର୍ବ ସମଗ୍ର ପଶ୍ଚିମ ଓଡ଼ିଶାରେ ପାଳିତ ହେଉଛି ।
Sign in
Sign in
Recover your password.
A password will be e-mailed to you.