ବିପଦ ବଢ଼ାଉଛି ସିନାପାଲି ଗ୍ୟାସ୍ ଅଫିସ ପାଖ ବିଦ୍ୟୁତ ଟ୍ରାନ୍ସଫର୍ମର, ସ୍ଥାନାନ୍ତର ପାଇଁ ଦାବି

186

ନୂଆପଡା : ନୂଆପଡ଼ା ଜିଲ୍ଲା ସ୍ଥିତ ସିନାପାଲି ବ୍ଲକର ବିଭିନ୍ନ ସ୍ଥାନରେ ରାସ୍ତା ପାର୍ଶ୍ବରେ ଅନେକ ବିଦ୍ୟୁତ୍ ଟ୍ରାନ୍ସଫର୍ମର ବିପଦପୂର୍ଣ୍ଣ ହୋଇ ପଡ଼ିଥିବା ବେଳେ ଜନଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ଏଭଳି ଏକ ଟ୍ରାନ୍ସଫର୍ମର ସିନାପାଲି ଗ୍ୟାସ୍ ଅଫିସ ରାସ୍ତାକଡ଼ରେ ଥିବା ଦେଖିବାକୁ ମିଳିଛି । ଏ ନେଇ ଅଞ୍ଚଳବାସୀ ବିଦ୍ୟୁତ୍ ବିଭାଗକୁ ବାରମ୍ବାର ଜଣାଇ ଆସୁଥିଲେ ମଧ୍ୟ ବିଭାଗ ଏଥିପ୍ରତି କର୍ଣ୍ଣପାତ କରୁନଥିବା ଜଣାପଡିଛି ।

ସୂଚନାରୁ ପ୍ରକାଶ ଯେ, ଗ୍ୟାସ୍ ଅଫିସ ପାଖରେ ଏକ ବିପଦସଙ୍କୁଳ ଟ୍ରାନ୍ସଫର୍ମର ରହିଛି । ତେବେ ଏହି ରାସ୍ତାରେ ଯାତାୟାତ କରୁଥିବା ଯାନବାହନ, ସ୍କୁଲ୍, କଲେଜର ଛାତ୍ରଛାତ୍ରୀ, ବାଟୋଇ ଓ ଗାଈଗୋରୁଙ୍କ ପ୍ରତି ଏହା ବିପଦ ସୃଷ୍ଟି କରୁଛି । ଅପରପକ୍ଷେ ଟ୍ରାନ୍ସଫର୍ମର ସୁରକ୍ଷା ପାଇଁ କରାଯାଇଥିବା ପାଚେରୀ ନିର୍ମାଣ କରାଯାଇଥିବା ବେଳେ ଏହାକୁ ସଂଯୋଗ କରୁଥିବା ଜଣାପଡିଛି । ବିଦ୍ୟୁତ୍ ତାର ତଳକୁ ଓହଳି ରହି ବିପଦ ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି । ଦୀର୍ଘ ଦିନ ଧରି ବିପଦସଙ୍କୁଳ ହୋଇପଡ଼ିଥିବା ଟ୍ରାନ୍ସଫର୍ମର ଚତୁଃପାର୍ଶ୍ବରେ ପଥର ପାଚେରି ନିର୍ମାଣ କରି କିମ୍ବା ଏହି ଜାଗାରୁ ଅନ୍ୟତ୍ର ଜାଗାକୁ ସ୍ଥାନାନ୍ତର କରିବାକୁ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ ବିଭାଗୀୟ ତରଫରୁ କୌଣସି ପ୍ରତିକାର ହେଉନଥିବାରୁ ଜନସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଅନୁରୂପ ଭାବେ ସିନାପାଲିର ଅନେକ ଅଞ୍ଚଳରେ ବିପଦ ସଙ୍କୁଳ ଟ୍ରାନ୍ସଫର୍ମର ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ତୁରନ୍ତ ଏସବୁର ପ୍ରତିକାର କରିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.